କନକ ବ୍ୟୁରୋ : ମେ ୧୫ ତାରିଖ ପବିତ୍ର ଅକ୍ଷୟ ତୃତୀୟା ତିଥି ପରମ୍ପରା ମୁତବକ ରଥ ଅନୁକୂଳ ପର୍ବ । ସେଥିପାଇଁ ଶ୍ରୀନଅର ରଥଖଳାରେ ଆଜି ସନ୍ଧ୍ୟାରେ ଆରମ୍ଭ ହୋଇଛି ଚାଳି ନିର୍ମାଣ କାର୍ଯ୍ୟ । ଚଳିତ ବର୍ଷ କରୋନା କଟକଣାରେ ରଥ ନିର୍ମାଣ ହେବ । ପୂର୍ବରୁ ୧୬୦ଫୁଟ ଲମ୍ବ ଚାଳି କରାଯାଉଥିବା ବେଳେ ଗତ ବର୍ଷ ଠାରୁ ୬୦ ଫୁଟ ବଢାଯାଇ ୨୨୦ ଫୁଟ କରାଯାଇଛି । ଏହି ମାପରେ ପ୍ରଶାସନ ପକ୍ଷରୁ ଚାଳି ନିର୍ମାଣ ଆରମ୍ଭ ହୋଇଛି ।
ଏହି ଚାଳିରେ କରୋନା କଟକଣା ପାଳନ ମୁତାବକ ନିର୍ମାଣ ସେବକ ରଥ ନିର୍ମାଣ କରିବେ । ସେଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କର୍ମଚାରୀ ନିୟୋଜିତ କରାଯାଇ ବଡଦାଣ୍ଡକୁ ଖୋଳି ସେଥିରେ ଲୁହା ପାଇପ ଦେଇ ଚାଳି କରାଯାଉଛି । ତା ପରେ ତା ଉପରେ ଭୋଇ ସେବାକମାନେ ଚଢି ଚାଂଚ ପକାଇବେ । ସେହିଭଳି ଚନ୍ଦନ ଯାତ୍ରା ପାଇଁ ଠାକୁର ଯିବା ପାଇଁ ବଡଦାଣ୍ଡରେ ଛାମୁଣ୍ଡିଆ କରାଯିବାର ବ୍ୟବସ୍ଥା କରାଯାଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/05/84a1594d-26a3-46fb-8b0c-928b7cb130bd-750x430-1.jpg)