କନକ ବ୍ୟୁରୋ : ରାଜ୍ୟରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ସହ କମୁଛି ସଂକ୍ରମଣ ହାର । ଏବେ ଦୈନିକ ସଂକ୍ରମଣ ୩ ହଜାରକୁ ଖସି ଆସିଛି । ଏହାରି ଭିତରେ ରାଜ୍ୟରେ ଆର ଭ୍ୟାଲୁ ୧ ତଳକୁ ଖସି ଆସିଛି । ଜାନୁଆରୀ ମାସ ଶେଷ ସୁଦ୍ଧା ରାଜ୍ୟରେ ଆର ଭ୍ୟାଲୁ ଶୂନ ଦଶମିକ ୬୫ ରହିଛି । ଅର୍ଥାତ୍ ବର୍ତମାନ ୩ ଜଣ ସଂକ୍ରମିତ ଅନ୍ୟ ଦୁଇ ଜଣଙ୍କୁ ସଂକ୍ରମିତ କରୁଛନ୍ତି । ଫଳରେ ତୃତୀୟ ଲହରରେ ଯେଉଁଭଳି ସଂକ୍ରମଣ ମାଡୁଥିଲା ସେଥିରେ ବ୍ରେକ୍ ଲାଗିଛି ।

Advertisment

ଜାନୁଆରୀ ତୃତୀୟ ସପ୍ତାହ ବେଳକୁ ରାଜ୍ୟରେ ଆର ଭ୍ୟାଲୁ ୪ ଟପିଥିଲା । ଫଳରେ ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପିଥିଲା । ଗତ ମାସ ୧୮ ତାରିଖରେ ରାଜ୍ୟରେ ଶୀର୍ଷ ସଂକ୍ରମଣ ଦେଖିବାକୁ ମିଳିଥିଲା । ଯେଉଁ ଜିଲ୍ଲା ଗୁଡ଼ିକ ସଂକ୍ରମଣର ହଟସ୍ପଟ୍ ପାଲଟିଥିଲା ଏବେ ସେସବୁ ଜିଲ୍ଲାରେ ଆର ଭ୍ୟାଲୁ ହ୍ରାସ ପାଇଛି । କେବଳ ନୟାଗଡ଼କୁ ଛାଡିଦେଲେ ଅନ୍ୟ ସବୁ ଜିଲ୍ଲାରେ ଆର ଭ୍ୟାଲୁ ୧ ତଳେ ରହିଛି । ଗତ ଜାନୁଆରୀ ମାସରେ ରାଜ୍ୟରେ ୧ ଲକ୍ଷ ୯୭ ହଜାର ୭୭୦ ପଜିଟିଭ୍ ଚିହ୍ନଟ ହୋଇଥିଲା । ଏହା ସହ ଜାନୁଆରୀ ମାସରେ ୧୫୦ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।