ବିମୁଦ୍ରାକରଣ ପ୍ରଭାବ ! ଆୟକର ଦାତାଙ୍କ ସଂଖ୍ୟାରେ ୨୫ ପ୍ରତିଶତ ବୃଦ୍ଧି

Advertisment
ଶେଷ ତାରିଖ ପରେ ମଧ୍ୟ ଆୟକର ଦାଖଲ କରି ନାହାନ୍ତି କି ?ଦେବାକୁ ପଡ଼ିବ ଜରିମାନା

Image Courtesy : https://i.ndtvimg.com

କନକ ବ୍ୟୁରୋ : କେନ୍ଦ୍ର ସରକାରଙ୍କ ବିମୁଦ୍ରାକରଣ ଘୋଷଣାର ପ୍ରଭାବ । ବଢିଲା ଆୟକର ଦାତାଙ୍କ ସଂଖ୍ୟା । ୨୦୧୬-୧୭ ଆର୍ଥିକ ବର୍ଷରେ ୨୫ ପ୍ରତିଶତ ବୃଦ୍ଧି ହୋଇଛି । ଚଳିତ ଆର୍ଥିକ ବର୍ଷରେ ୨କୋଟି ୮୨ ଲକ୍ଷ ଲୋକ ଆୟକର ପୈଠ କରିଛନ୍ତି । ଆୟକର ପୈଠର ଶେଷ ତାରିଖ ଜୁଲାଇ ୩୧ ତାରିଖ ଥିବା ବେଳେ ସରକାର ଏହାକୁ ଅଗଷ୍ଟ ୫ ତାରିଖ ଯାଏଁ ବୃଦ୍ଧି କରିଥିଲେ । ଆୟକର ଦାତାଙ୍କ ସଂଖ୍ୟାରେ ବୃଦ୍ଧି ଏହା ଦର୍ଶାଉଛି ଯେ, ବିମୁଦ୍ରାକରଣ ପରେ ଅଧିକ ସଂଖ୍ୟାରେ ନୂଆ କରଦାତା ଟାକ୍ସ ସ୍ଲାବକୁ ଆସିଛନ୍ତି ।

ସେହିପରି ଆଗ୍ରୀମ କରଦାତାଙ୍କ ସଂଖ୍ୟାରେ ବି ଜୋରଦାର ବୃଦ୍ଧି ଘଟିଥିବା ଆୟକର ବିଭାଗ ସୂଚନା ଦେଇଛି ।ଗତ ବର୍ଷ ନଭେମ୍ବର ୮ ତାରିଖରେ କେନ୍ଦ୍ର ସରକାର ବିମୁଦ୍ରାକରଣ ନେଇ ଘୋଷଣା କରିଥିଲେ । ସେତେବେଳେ ଦେଶରେ ପ୍ରଚଳିତ ହେଉଥିବା ୫ ଶହ ଓ ହଜାରେ ଟଙ୍କିଆ ନୋଟ୍ ବ୍ୟାନ ହୋଇଯାଇଥିଲା । ସରକାରଙ୍କ ଏହି ଘୋଷଣାକୁ ୯ ମାସ ବିତିଲାଣି । ଏବଂ ଏହାର ପ୍ରଭାବ ଦେଖିବାକୁ ମିଳୁଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe