୮୨ ବର୍ଷୀୟ ରତନ ଟାଟା ସୋସିଆଲ୍ ମିଡିଆରେ ସେୟାର କଲେ ଯୁବାବସ୍ଥାର ଫଟୋ : କିଛି ସମୟ ମଧ୍ୟରେ ଝଡ଼ ପରି ଭାଇରାଲ୍ ହେଲା ଫଟୋ ।

282

୮୨ ବର୍ଷୀୟ ରତନ ଟାଟା ସେୟାର କଲେ ଯୌବନର ଫଟୋ । ଗୁରୁବାର ଟାଟା ଗ୍ରୁପ୍ ର ଚେୟାରମ୍ୟାନ ରତନ ଟାଟା ଇନଷ୍ଟାଗ୍ରାମରେ ନିଜର ଯୁବାବସ୍ତାର ଏକ ଫଟୋ ସେୟାର କରିଛନ୍ତି । ପାଖାପାଖି ତିନି ମାସ ହେବ ରତନ ଟାଟା ସୋସିଆଲ ମିଡିଆ ଇନଷ୍ଟାଗ୍ରାମ ସହ ଯୋଡି ହୋଇଛନ୍ତି । ତାଙ୍କୁ ୮ ଲକ୍ଷରୁ ଅଧିକ ଲୋକ ଅନୁସରଣ କରୁଛନ୍ତି । ଏହା ତାଙ୍କ ୧୫ ତମ ପୋଷ୍ଟ ଯାହା ଲୋକଙ୍କ ହୃଦୟ ଜିତି ନେଇଛି । ୮୨ ବର୍ଷୀୟ ରତନ ଟାଟା ଯେଉଁ ଫଟୋ ସେୟାର କରିଛନ୍ତି ତାହା ଲସଏଞ୍ଜଲସର ବୋଲି ସେ କ୍ୟାପସନ୍ ରେ ଲେଖିଛନ୍ତି ।

ଫଟୋ ଉତ୍ତୋଳନ ସମୟରେ ସେ ମାତ୍ର ୨୫ ବର୍ଷର ଥିଲେ । ମାତ୍ର କିଛି ସମୟ ମଧ୍ୟରେ ଫଟୋଟି ଏତେ ମାତ୍ରାରେ ଭାଇରାଲ୍ ହେଲା ଯେ ପ୍ରଶଂସକମାନେ ଦେଖି କୌଣସି ହଲିଉଡ୍ କଳାକାରଙ୍କ ଫଟୋ ବୋଲି କମେଣ୍ଟ୍ କରିଥିଲେ । ସୂଚନା ଅନୁଯାୟୀ, ରତନ ଟାଟା ୧୯୬୨ ମସିହାରେ ଆମେରିକାରେ ପାଠ ପଢୁଥିଲେ ଓ କିଛି ଦିନ ପରେ ଭାରତ ଫେରି ଆସିଥିଲେ । ନିଜ ପୋଷ୍ଟରେ ସେ ଲେଖିଛନ୍ତି, ଏହି ଫଟୋଟିକୁ ସେ ବୁଧବାର ସେୟାର କରିବାକୁ ଚାହୁଁଥିଲେ । କିନ୍ତୁ ତାଙ୍କୁ ‘ଥ୍ରୋବ୍ୟାକ ଥର୍ସଡେ’ ବିଷୟରେ ଜାଣିବାକୁ ମିିଳିଥିଲା । ତେଣୁ ସେ ଲସଏଞ୍ଜେଲ୍ସ ଦିନର ଏହି ଫଟୋଟିକୁ ପୋଷ୍ଟ କରିଥିଲେ । ଏହି ଫଟୋରେ ଟାଟାଙ୍କୁ ଦେଢ ଲକ୍ଷରୁ ଅଧିକ ଲାଇକ ମିଳିସାରିଛି । ତାଙ୍କର ଏହି ଲେଖା ଉପରେ ୩ ହଜାରରୁ ଅଧିକ କମେଣ୍ଟ କରି ସାରିଛନ୍ତି । ଏହି ‘ଥ୍ରୋବ୍ୟାକ ଥର୍ସଡେ’ ଇନଷ୍ଟାଗ୍ରାମ୍ ପରି ସୋସିଆଲ ମିଡିଆରେ ଟ୍ରେଣ୍ଡ୍ କରିବାରେ ଲାଗିଛି । ଲୋକେ ଏହା ସହ ଟ୍ୟାଗ କରି ପୁରୁଣା ଫଟୋ ସେୟାର କରୁଛନ୍ତି ।