ଶ୍ରୀମନ୍ଦିର ଗର୍ଭଗୃହରେ ବଢିବାରେ ଲାଗିଛି ମୂଷାଙ୍କ ଦୌରାତ୍ମ୍ୟ

Advertisment
ଷାଠିଏ ପଉଟି ଖାଇବା ବାଲାର ଅତିପ୍ରିୟ ପଖାଳ ! ନିଦ୍ରା ପୂର୍ବରୁ ପଖାଳ ଭୋଗ ଲାଗି ହେବାର ରହିଛି ପରମ୍ପରା
କନକ ବ୍ୟୁରୋ : ଶ୍ରୀମନ୍ଦିର ଗର୍ଭଗୃହରେ ମୂଷାଙ୍କ ଦୌରାତ୍ମ୍ୟ ଅସହ୍ୟ ହେଲାଣି। ଗର୍ଭଗୃହରେ ମୂଷାପଲ ଏମିତି ଉପଦ୍ରବ କରୁଛନ୍ତି ଯେ, କୌଣସି ମୁହୂର୍ତ୍ତରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ଲାଗି ପାଟବସ୍ତ୍ର ଓ ଅନ୍ୟାନ୍ୟ ଦ୍ରବ୍ୟ କାଟି ଦେବାର ଭୟ ରହୁଛି। ଶ୍ରୀମନ୍ଦିର ପ୍ରଶାସନ ଗର୍ଭଗୃହକୁ ମୂଷାମୁକ୍ତ କରିପାରୁନଥିବାରୁ ବିପଦ ଘନେଇବାରେ ଲାଗିଛି। ରଥଯାତ୍ରା ପରଠାରୁ ଇତିମଧ୍ୟରେ ୩ ଥର ଖସାପଡ଼ା ନୀତି ଏବଂ ୨ ଥର ପଇତାଲାଗି ହେଲାଣି। ଠାକୁରଙ୍କ ଏହି ଗୁପ୍ତ ନୀତି ଶ୍ରୀଅଙ୍ଗ ପ୍ରତି ମୂଷାଙ୍କ ବିପଦକୁ ସ୍ପଷ୍ଟ କରୁଛି।
publive-imageରଥଯାତ୍ରା ପରେ ତୃତୀୟ ଥର ପାଇଁ ମହାପ୍ରଭୁଙ୍କର ଖସାପଡ଼ା ନୀତି ହୋଇଛି। ଏହି ନୀତିର ଅର୍ଥ ଶ୍ରୀଅଙ୍ଗରେ ପାଟବସ୍ତ୍ର ଲାଗି କରାଯିବା। ଶ୍ରୀମନ୍ଦିର ରେକର୍ଡରୁ ଜଣାପଡ଼ିଛି, ପୂର୍ବରୁ ଖସାପଡ଼ା ନୀତି ବର୍ଷକୁ ଥରେ କିମ୍ବା କୌଣସି ବର୍ଷରେ ଆଦୌ ହୁଏନାହିଁ। ହେଲେ ୨୦୧୮ ରଥଯାତ୍ରା ପରେ ୩/୪ ମାସ ବ୍ୟବଧାନରେ ଥରେ ଲେଖା ଖସାପଡ଼ା ନୀତି ହେଉଛି। କେବଳ ସେତିକି ନୁହେଁ, ଇତିମଧ୍ୟରେ ଶ୍ରୀବିଗ୍ରହଙ୍କର ୨ ଥର ପଇତାଲାଗି ନୀତି ହୋଇ ସାରିଥିବା ଦଇତା ସେବକମାନେ କହୁଛନ୍ତି। ପୂର୍ବରୁ ଏହି ନୀତି ବର୍ଷକୁ ଥରଟିଏ ହେଉଥିବାର ରେକର୍ଡ ରହିଛି। ବର୍ତ୍ତମାନ ଏକାଧିକ ଥର ଏହି ଗୁପ୍ତନୀତି ହେବା ଘଟଣା ସେବାୟତଙ୍କୁ ଚିନ୍ତାରେ ପକାଇଛି।
ମିଳିଥିବା ସୂଚନା ଅନୁଯାୟୀ, ଗର୍ଭଗୃହରେ ମୂଷାଙ୍କ ଦୌରାତ୍ମ୍ୟ ଅସମ୍ଭାଳ ସ୍ଥିତିରେ ପହଞ୍ଚିଛି। ମୂଷାଙ୍କ ଦୌରାତ୍ମ୍ୟ ନେଇ ପୂର୍ବରୁ ମୁଖ୍ୟ ପ୍ରଶାସକ ସ୍ବୀକାର କରି ସାରିଛନ୍ତି। ମୂଷାଙ୍କୁ ଧରିବା ପାଇଁ ପ୍ରଶାସନର ଯୋଜନା ବି କାମ କରୁନାହିଁ। ମୂଷା ରତ୍ନ ସିଂହାସନଠାରୁ ତ୍ରିମୁଣ୍ଡି ପର୍ଯ୍ୟନ୍ତ ଘୁରି ବୁଲୁଛନ୍ତି। ଏପରିକି ତ୍ରିମୁଣ୍ଡି ଚାନ୍ଦୁଆ ଖସିବା ପଛରେ ମୂଷା କାରଣ ବୋଲି କୁହାଯାଉଛି। ହେଲେ ଏ କଥାକୁ ଲୁଚାଉଛି ପ୍ରଶାସନ। ଶ୍ରୀମନ୍ଦିର ଲୋକସମ୍ପର୍କ ଅଧିକାରୀ ଲକ୍ଷ୍ମୀଧର ପୂଜାପଣ୍ଡା କହିଛନ୍ତି, ମୂଷାଙ୍କ ପ୍ରଭାବ ଗର୍ଭଗୃହରେ ସମ୍ପୂର୍ଣ୍ଣ ବନ୍ଦ କରାଯାଇପାରିନାହିଁ। ତେବେ ଏହା ଶ୍ରୀଅଙ୍ଗକୁ ପ୍ରଭାବିତ କରିବା ଭଳି ସୂଚନା ନାହିଁ। ଅନ୍ୟପକ୍ଷରେ ଜନୈକ ଦଇତା ସେବକ ନିଜ ନାମ ଗୋପନ ରଖି କହିଛନ୍ତି, ଖସାପଡ଼ା ନୀତି କେବଳ ବିଶେଷ ସମୟରେ ହୁଏ। ଏହା ଏକ ଗୁପ୍ତ ନୀତି। ଅନ୍ୟୂନ ୨ରୁ ୩ ଘଣ୍ଟା ଧରି ଶ୍ରୀ ବିଗ୍ରହଙ୍କ ଶ୍ରୀଅଙ୍ଗରେ ପାଟବସ୍ତ୍ର ଲାଗି କରାଯାଏ।
publive-imageଗତକାଲିର ନୀତିକୁ ନେଇ ୩ ଥର ଏହି ସ୍ବତନ୍ତ୍ର ନୀତି କରାଯାଇଛି। ପଇତାଲାଗି ବି କରାଯାଇଛି। ଅଣସର ପର୍ଯ୍ୟନ୍ତ ଏମିତି ଚାଲିବ ବୋଲି ସେ କହିଥିଲେ। ଗର୍ଭଗୃହରେ ଶ୍ରୀବିଗ୍ରହଙ୍କ ବିଶେଷ ନୀତି ନିୟମିତ କରାଯିବା ଘଟଣା ଏବେ ସେବକ ଓ ଭକ୍ତଙ୍କୁ ଆନ୍ଦୋଳିତ କରିଛି। ଏହି ନୀତିର ଆବଶ୍ୟକତା ପୂର୍ବରୁ ଏତେ ପଡ଼ୁ ନଥିବା ବେଳେ ଏବେ କାହିଁକି ବୋଲି ପ୍ରଶ୍ନର ଉତ୍ତର ଶ୍ରୀମନ୍ଦିର ପ୍ରଶାସନ ପାଖରେ ନାହିଁ। ଗତକାଲି ଅପରାହ୍ନ ୪ଟାରେ ଦଇତା ସେବକମାନେ ଖସାପଡ଼ା ନୀତି ପାଇଁ ଶ୍ରୀମନ୍ଦିରକୁ ଯାଇଥିଲେ। ରତ୍ନ ସିଂହାସନ ଉପରେ ଦୁଇ ଘଣ୍ଟା ଧରି ଏହି ନୀତି ଚାଲିଥିଲା। ସେହି ସମୟରେ ଦର୍ଶନ ବନ୍ଦ ରହିଥିଲା। ୬ଟା ୫୦ରେ ମହାସ୍ନାନ ହେବା ପରେ ୭ଟା ବେଳକୁ ଦର୍ଶନ ଆରମ୍ଭ ହୋଇଥିଲା।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe