କନକ ବ୍ୟୁରୋ : ଶ୍ରୀମନ୍ଦିର ଗର୍ଭଗୃହରେ ମୂଷାଙ୍କ ଦୌରାତ୍ମ୍ୟ ଅସହ୍ୟ ହେଲାଣି। ଗର୍ଭଗୃହରେ ମୂଷାପଲ ଏମିତି ଉପଦ୍ରବ କରୁଛନ୍ତି ଯେ, କୌଣସି ମୁହୂର୍ତ୍ତରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ଲାଗି ପାଟବସ୍ତ୍ର ଓ ଅନ୍ୟାନ୍ୟ ଦ୍ରବ୍ୟ କାଟି ଦେବାର ଭୟ ରହୁଛି। ଶ୍ରୀମନ୍ଦିର ପ୍ରଶାସନ ଗର୍ଭଗୃହକୁ ମୂଷାମୁକ୍ତ କରିପାରୁନଥିବାରୁ ବିପଦ ଘନେଇବାରେ ଲାଗିଛି। ରଥଯାତ୍ରା ପରଠାରୁ ଇତିମଧ୍ୟରେ ୩ ଥର ଖସାପଡ଼ା ନୀତି ଏବଂ ୨ ଥର ପଇତାଲାଗି ହେଲାଣି। ଠାକୁରଙ୍କ ଏହି ଗୁପ୍ତ ନୀତି ଶ୍ରୀଅଙ୍ଗ ପ୍ରତି ମୂଷାଙ୍କ ବିପଦକୁ ସ୍ପଷ୍ଟ କରୁଛି।
/kanak/media/post_attachments/wp-content/uploads/2018/12/download-28.jpg)
ମିଳିଥିବା ସୂଚନା ଅନୁଯାୟୀ, ଗର୍ଭଗୃହରେ ମୂଷାଙ୍କ ଦୌରାତ୍ମ୍ୟ ଅସମ୍ଭାଳ ସ୍ଥିତିରେ ପହଞ୍ଚିଛି। ମୂଷାଙ୍କ ଦୌରାତ୍ମ୍ୟ ନେଇ ପୂର୍ବରୁ ମୁଖ୍ୟ ପ୍ରଶାସକ ସ୍ବୀକାର କରି ସାରିଛନ୍ତି। ମୂଷାଙ୍କୁ ଧରିବା ପାଇଁ ପ୍ରଶାସନର ଯୋଜନା ବି କାମ କରୁନାହିଁ। ମୂଷା ରତ୍ନ ସିଂହାସନଠାରୁ ତ୍ରିମୁଣ୍ଡି ପର୍ଯ୍ୟନ୍ତ ଘୁରି ବୁଲୁଛନ୍ତି। ଏପରିକି ତ୍ରିମୁଣ୍ଡି ଚାନ୍ଦୁଆ ଖସିବା ପଛରେ ମୂଷା କାରଣ ବୋଲି କୁହାଯାଉଛି। ହେଲେ ଏ କଥାକୁ ଲୁଚାଉଛି ପ୍ରଶାସନ। ଶ୍ରୀମନ୍ଦିର ଲୋକସମ୍ପର୍କ ଅଧିକାରୀ ଲକ୍ଷ୍ମୀଧର ପୂଜାପଣ୍ଡା କହିଛନ୍ତି, ମୂଷାଙ୍କ ପ୍ରଭାବ ଗର୍ଭଗୃହରେ ସମ୍ପୂର୍ଣ୍ଣ ବନ୍ଦ କରାଯାଇପାରିନାହିଁ। ତେବେ ଏହା ଶ୍ରୀଅଙ୍ଗକୁ ପ୍ରଭାବିତ କରିବା ଭଳି ସୂଚନା ନାହିଁ। ଅନ୍ୟପକ୍ଷରେ ଜନୈକ ଦଇତା ସେବକ ନିଜ ନାମ ଗୋପନ ରଖି କହିଛନ୍ତି, ଖସାପଡ଼ା ନୀତି କେବଳ ବିଶେଷ ସମୟରେ ହୁଏ। ଏହା ଏକ ଗୁପ୍ତ ନୀତି। ଅନ୍ୟୂନ ୨ରୁ ୩ ଘଣ୍ଟା ଧରି ଶ୍ରୀ ବିଗ୍ରହଙ୍କ ଶ୍ରୀଅଙ୍ଗରେ ପାଟବସ୍ତ୍ର ଲାଗି କରାଯାଏ।
/kanak/media/post_attachments/wp-content/uploads/2018/12/Puri-Temple-at-Night-1024x576.jpg)