କନକ ବ୍ୟୁରୋ : କଲେଜ୍ କ୍ୟାଣ୍ଟିନର ଖାଇବାରୁ ବାହାରିଲା ମୂଷା । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ଏହାକୁ ନେଇ ଛାତ୍ରଛାତ୍ରୀମାନେ ଅସନ୍ତୋଷ ପ୍ରକାଶ କରିବା ସହ କ୍ୟାଣ୍ଟିନରେ ଏପରି ଅବ୍ୟବସ୍ଥାକୁ ବିରୋଧ ମଧ୍ୟ କରିଛନ୍ତି ।
ତେଲେଙ୍ଗାନାର ସୁଲତାନପୂରରେ ଜବାହାରଲାଲ୍ ନେହେରୁ ଟେକନୋଲୋଜୀ ବିଶ୍ୱବାଦ୍ୟାଳୟରେ ଗତ ମଙ୍ଗଳବାର ଦିନ କ୍ୟାଣ୍ଟିନରେ ରଖାଯାଇଥିବା ବାଦାମ୍ ଚଟଣୀରେ ମୂଷା ପହଁରୁଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା । ଏହି ଘଟଣା ସାମ୍ନାକୁ ଆସିବା ପରେ ହଷ୍ଟେଲର ହାଇଜିନକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଛାତ୍ରଛାତ୍ରୀ । ସୋସିଆଲ ମିଡିଆରେ ବି ଏହି ଭିଡିଓକୁ ଦେଖି ଲୋକେ ଅସନ୍ତୋଷ ପ୍ରକାଶ କରିବା ସହ କହିଛନ୍ତି, କଲେଜରେ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ସହ ଖେଳ ଖେଳାଯାଉଛି ।