ଆସାମ୍ ର ବକ୍ସା ଜିଲ୍ଲାରେ ଏକ ସାପ୍ତାହିକ ହାଟ ପଡେ ଯେଉଁଠାରେ ମୂଷା ମାଂସ ଖୁବ୍ ଲୋକପ୍ରିୟ । ମସାଲା ଗ୍ରେଭି ସହ ପ୍ରସ୍ତୁତ ହେଉଥିବା ଏହି ଖାଦ୍ୟ ରବିବାରର ସବୁଠାରୁ ସୁଆଦିଆ ଖାଦ୍ୟ ରୁପେ ମନାଯାଏ । ଦୋକାନୀଙ୍କ କହିବାନୁସାରେ ଉତ୍ତର ପୂର୍ବ ଅଞ୍ଚଳର କିଛି ଜନଜାତୀଙ୍କୁ ଏହି ବ୍ୟଞ୍ଜନ ଖୁବ୍ ପସନ୍ଦ ଅଟେ । ଚିକେନ୍ ଭଳି ଲୋକ ମୂଷାମାଂସକୁ ୨୦୦ ଟଙ୍କା ପ୍ରତିକିଲୋରେ ବିକ୍ରି କରନ୍ତି । ଗୁଆହାଟି ଠାରୁ ୯୦ କିଲୋମିଟର ଦୂରତା ଭାରତ ଏବଂ ଭୁଟାନ୍ ସୀମାରେ ଲାଗିଥିବା କୁମାରିକତା ହାଟରେ ରବିବାର ହାଟ ଲାଗିଥାଏ ଯେଉଁଠାକୁ ଅଧିକ ସଂଖ୍ୟକ ଲୋକ ନିଜ ପସନ୍ଦର ମୂଷା ମାଂସ ଖାଇବାକୁ ଆସିଥାନ୍ତି ।
ବଜାରରେ ଚିକେନ୍ ଏବଂ ଘୁଷୁରୀ ମାଂସ ମଧ୍ୟ ମିଳିଥାଏ କିନ୍ତୁ ଏହା ତୁଳନାରେ ଲୋକ ମୂଷା ମାଂସକୁ ଖାଇବାକୁ ଅଧିକ ପସନ୍ଦ କରିଥାନ୍ତି । ତେବେ ଏତେ ସଂଖ୍ୟକ ମୂଷା ଦୋକାନୀ କ୍ଷେତରୁ ଆଣିବା କଥା କହିଛନ୍ତି । ରାତିରେ ମୂଷାଜନ୍ତା ପକାଇ ଏହି ଦୋକାନୀ ମାନେ ମୂଷାକୁ ଧରନ୍ତି ଏବଂ ଏଥିପାଇଁ କୃଷକ ମାନେ ମଧ୍ୟ ଆଜ୍ଞା ଦେଇଥାନ୍ତି । ବଡ ବଡ ମୂଷା କୃଷି କ୍ଷେତରେ ବୁଲିବା ଯୋଗୁଁ ଫସଲ ମଧ୍ୟ ହାନି ହୋଇଥାଏ ତେଣୁ ଏହି ମୂଷାଙ୍କୁ ଧରି ଦୋକାନୀମାନେ ବଜାରରେ ବିକ୍ରି କରିଥାନ୍ତି । ତେବେ ଆସାମରେ ଆର୍ଥିକ ସ୍ତରରେ ସକ୍ଷମ ନଥିବା ଲୋକ ଏହି କାମ କରନ୍ତି ଏହାଦ୍ୱାରା ତାଙ୍କର ଭଲ ରୋଜଗାର ମଧ୍ୟ ହୋଇଯାଏ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2018/12/GettyImages-1074659946.jpg)
/kanak/media/post_attachments/wp-content/uploads/2018/12/sss-1-300x179.jpg)
/kanak/media/post_attachments/wp-content/uploads/2018/12/770443-rat-300x169.jpg)