ମହାପ୍ରଭୁଙ୍କ ଶୟନରେ ସୃଷ୍ଟି ହେଉଛି ବାଧା: ଗର୍ଭଗୃହରେ ଲାଗିବନି ମୂଷାଧରା ମେସିନ

230

କନକ ବ୍ୟୁରୋ: ଶ୍ରୀମନ୍ଦିର ଗର୍ଭଗ୍ୃହରେ ଲାଗିବନି ମୂଷାଧରା ମେସିନ । ସେବାୟତଙ୍କ ପ୍ରବଳ ବିରୋଧ ପରେ ଶ୍ରୀମନ୍ଦିର ପ୍ରଶାସନ ଏ ନେଇ ନିଷ୍ପତି ନେଇଛି । ଶ୍ରୀମନ୍ଦିର ଗର୍ଭଗୃହରେ ବଡ ବଡ ମୂଷା ଉତ୍ପାତ କରୁଥିବାରୁ ମୂଷାଧରା ମେସନିକୁ ଜଣେ ଦାତା ଶ୍ରୀମନ୍ଦିର ପ୍ରଶାସନକୁ ଦେଇଥିଲେ । ଏହାକୁ ପରୀକ୍ଷାମୂଳକ ଭାବେ ମନ୍ଦିର ଭିତରେ ରଖାଯାଇଥିଲା । ଏହି ମେସିନ ଏକ ଉଚ୍ଚ କ୍ଷମତାସମ୍ପନ୍ନ ମେସିନ ଥିଲା

ଏଥିରୁ ଯେଉଁ ବିପ ଶଦ୍ଦ ବାହାରେ ସେଥିରେ ମୂଷା ଆକର୍ଷିତ ହୁଅନ୍ତି । କିନ୍ତୁ ସେବାୟତଙ୍କ ତର୍କ ଥିଲା
-ମହାପ୍ରଭୁ ଶୋଇବା ସମୟରେ ବିପ ଶଦ୍ଦ ଠିକ ନୁହେଁ
-ଶୟନ ସମୟରେ ପରିବେଶ ନିଶଦ୍ଦ ରହିବା ବିଧି ଅଛି
-ଜୟବିଜୟ ଦ୍ୱାରଠାରୁ ଗର୍ଭଗୃହ ଅନ୍ଧାର ରହିବା ପରମ୍ପରା ଅଛି

ଆଉ ସେବାୟତଙ୍କ ବିରୋଧ ପରେ ମେସିନକୁ ଗର୍ଭଗୃହରେ ରଖାଯିବ ନାହିଁ ବୋଲି ନିଷ୍ପତି ହୋଇଛି । ବର୍ତମାନ ଗର୍ଭଗୃହରେ ମୂଷା ଧରିବାକୁ ପୁରୁଣା ପଦ୍ଧତିରେ ଯନ୍ତା ବସାଯିବ । ଆଉ ମୂଷା ଯନ୍ତାରେ ପଡିବା ପରେ ସେମାନଙ୍କୁ ବାହାରେ ଛଡାଯିବ । ସୋମବାର ଥିଲା ମହାପ୍ରଭୁଙ୍କ ଖସାପଡା ନୀତି । ଆଉ ଏହି ସମୟରେ ଦଇତାପତି ସେବକମାନେ ଶ୍ରୀଅଙ୍ଗର ସ୍ଥିତି ଅନୁଧ୍ୟାନ କରିଥିଲେ । ସେମାନଙ୍କ କହିବା ଅନୁସାରେ,

-ଶ୍ରୀଅଙ୍ଗ ସୁରକ୍ଷିତ ଅଛି
-ସୁଭଦ୍ରା ଓ ବଳଭଦ୍ରଙ୍କ ବସ୍ତ୍ର ଓ ଫୁଲ ତୁଳସୀଙ୍କୁ କାଟିଛନ୍ତି ମୂଷା
– ମୂଷା ଉତ୍ପାତ କମାଇବା ପଦକ୍ଷେପ ସମ୍ପର୍କରେ ଶ୍ରୀମନ୍ଦିର ପ୍ରଶାସନକୁ ଅବଗତ କରାଯାଇଛି

ଶ୍ରୀଜଗନ୍ନାଥ କୋଟି କୋଟି ଓଡିଆଙ୍କ ଭାବାବେଗ ସହ ଜଡିତ । ତେଣୁ ସେବାୟତଙ୍କ କଥାକୁ ବିଶ୍ୱାସକୁ ନିଆଯାଇ ଗର୍ଭଗୃହରେ ମୂଷାଙ୍କ ଉତ୍ପାତକୁ ରୋକିବାକୁ ପଦକ୍ଷେପ ନେବାକୁ ଜଗନ୍ନାଥପ୍ରେମୀ ମତ ଦେଇଛନ୍ତି ।