ହାଇକୋର୍ଟ ପହଂଚିଲା ରସଗୋଲା । ଜନସ୍ୱାର୍ଥ ମାମଲାର ଶୁଣାଣି କରି ଓଡ଼ିଶା, ପଶ୍ଚିମବଙ୍ଗ ସରକାର ଓ ଜିଆଇ କର୍ତ୍ତୃପକ୍ଷଙ୍କୁ ନୋଟିସ୍, ହାଜର ହୋଇ ଉତର ରଖିବାକୁ ନିର୍ଦ୍ଦେଶ

Advertisment
ପ୍ଲାଷ୍ଟିକ ଚାଉଳ ଓ ଅଣ୍ଡା ପରେ ବଜାରରେ ପ୍ଲାଷ୍ଟିକ ମିଠା ! କଟକର ଏକ ମିଠାଦୋକନାରେ ପ୍ଲାଷ୍ଟିକ ମିଠା ବିକ୍ରି ହେଉଥିବା ଅଭିଯୋଗ

କନକ ବ୍ୟୁରୋ: ହାଇକୋର୍ଟରେ ରସଗୋଲା ମାମଲା । ରସଗୋଲାକୁ ଜିଆଇ ମାନ୍ୟତା ପ୍ରସଙ୍ଗରେ ମୁଖ୍ୟ ଶାସନ ସଚିବ, ଶ୍ରୀମନ୍ଦିର ପ୍ରଶାସନ, ପଶ୍ଚିମବଙ୍ଗ ସରକାର ଓ ଚେନ୍ନାଇର ଆଇପିକୁ ହାଇକୋର୍ଟ ନୋଟିସ କରିଛନ୍ତି । ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ଉତର ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ରସଗୋଲା ନେଇ ଓଡିଶା ଓ ପଶ୍ଚିମବଙ୍ଗ ମଧ୍ୟରେ ଦେଖାଦେଇଥିବା ବିବାଦକୁ ନେଇ ହାଇକୋର୍ଟରେ ଆଜି ଜନସ୍ୱାର୍ଥ ମାମଲାର ଶୁଣାଣି କରିଛନ୍ତି ।

publive-image

ଉଭୟ ରାଜ୍ୟକୁ ନୋଟିସ ଜାରି କରିଛନ୍ତି ଉଚ୍ଚ ନ୍ୟାୟଳୟ । ରସଗୋଲା ବିବାଦ ନେଇ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର ହୋଇଥିଲା । କୋର୍ଟଙ୍କ ନିକଟରେ ହାଜର ହୋଇ ନିଜ ପକ୍ଷ ରଖିବା ପାଇଁ ନୋଟିସରେ ଦର୍ଶାଯାଇଛି । ଓଡିଶା ସହ ରସଗୋଳାର ପୁରାତନ ସମ୍ପର୍କ ଥିବା ଦର୍ଶାଇ ପୁଣ୍ୟ ଉକ୍ରଳ ଓ ଓଡିଆ ପର୍ବ ସଂଗଠନ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe