କନକ ବ୍ୟୁରୋ: ହାଇକୋର୍ଟରେ ରସଗୋଲା ମାମଲା । ରସଗୋଲାକୁ ଜିଆଇ ମାନ୍ୟତା ପ୍ରସଙ୍ଗରେ ମୁଖ୍ୟ ଶାସନ ସଚିବ, ଶ୍ରୀମନ୍ଦିର ପ୍ରଶାସନ, ପଶ୍ଚିମବଙ୍ଗ ସରକାର ଓ ଚେନ୍ନାଇର ଆଇପିକୁ ହାଇକୋର୍ଟ ନୋଟିସ କରିଛନ୍ତି । ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ଉତର ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ରସଗୋଲା ନେଇ ଓଡିଶା ଓ ପଶ୍ଚିମବଙ୍ଗ ମଧ୍ୟରେ ଦେଖାଦେଇଥିବା ବିବାଦକୁ ନେଇ ହାଇକୋର୍ଟରେ ଆଜି ଜନସ୍ୱାର୍ଥ ମାମଲାର ଶୁଣାଣି କରିଛନ୍ତି ।
ଉଭୟ ରାଜ୍ୟକୁ ନୋଟିସ ଜାରି କରିଛନ୍ତି ଉଚ୍ଚ ନ୍ୟାୟଳୟ । ରସଗୋଲା ବିବାଦ ନେଇ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର ହୋଇଥିଲା । କୋର୍ଟଙ୍କ ନିକଟରେ ହାଜର ହୋଇ ନିଜ ପକ୍ଷ ରଖିବା ପାଇଁ ନୋଟିସରେ ଦର୍ଶାଯାଇଛି । ଓଡିଶା ସହ ରସଗୋଳାର ପୁରାତନ ସମ୍ପର୍କ ଥିବା ଦର୍ଶାଇ ପୁଣ୍ୟ ଉକ୍ରଳ ଓ ଓଡିଆ ପର୍ବ ସଂଗଠନ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ କରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/05/rasgulla-controversy_647_091915051852.jpg)
/kanak/media/post_attachments/wp-content/uploads/2018/05/vlcsnap-2018-05-09-21h04m13s044-300x240.png)