ବିଜୟାଦଶମୀ ପାଳନ କଲା ଆରଏସଏସ : ସଙ୍ଗଠନ କାର୍ଯ୍ୟକ୍ରମରେ ପ୍ରଥମ ଥର ପାଇଁ ମୁଖ୍ୟ ଅତିଥି ଭାବରେ ଯୋଗଦେଲେ ମହିଳା

141

କନକ ବ୍ୟୁରୋ : ନାଗପୁରରେ ବିଜୟାଦଶମୀ ପାଳନ କଲା ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ବା ଆରଏସଏସ । ଏହି ସମୟରେ ସଙ୍ଗଠନ ପକ୍ଷରୁ ଅସ୍ତ୍ର ପୂଜା କରାଯାଇଥିଲା । ସଙ୍ଗଠନର ଏହି କାର୍ଯ୍ୟକ୍ରମରେ ପ୍ରଥମ ଥର ପାଇଁ ଜଣେ ମହିଳା ମୁଖ୍ୟ ଅତିଥି ଭାବରେ ଅଂଶଗ୍ରହଣ କରିଛନ୍ତି ।

ଆରଏସଏସ ପ୍ରମୁଖ ମୋହନ ଭଗବତ କହିଛନ୍ତି ଯେ ପୁରୁଷ ଓ ମହିଳାଙ୍କ ମଧ୍ୟରେ କୌଣସି ପାର୍ଥକ୍ୟ ନାହିଁ । ଘରେ ମହିଳାଙ୍କୁ ତାଲା ପକାଇବା ଠିକ୍ ନୁହେଁ । ମାତୃ ଶକ୍ତିକୁ ଜାଗ୍ରତ କରିବା ଆବଶ୍ୟକ ରହିଛି । ଦେଶର ଅର୍ଥନୀତି ସୁଧୁରୁଛି ବୋଲି ମୋହନ ଭାଗବତ କହିଛନ୍ତି । ବିଶ୍ୱରେ ଭାରତର ବିଶ୍ୱସନୀୟତା ବଢିଛି । ବିଶ୍ୱରେ ଭାରତର ଆଭିମୁଖ୍ୟର ଗୁରୁତ୍ୱ ରହୁଛି । ଦେଶର ପ୍ରତିଷ୍ଠା ମଧ୍ୟ ବୃଦ୍ଧି ପାଇଛି । ପ୍ରତିରକ୍ଷା କ୍ଷେତ୍ରରେ ଆମେ ଆତ୍ମନିର୍ଭରଶୀଳ ହେଉଛୁ ।

ସେପଟେ ଏହି ଅବସରରେ ଜନସଂଖା ନିୟନ୍ତ୍ରଣ ନେଇ ନୂଆ ଆଇନ୍ ଅଣାଯିବା ଦରକାର ବୋଲି କହିଛନ୍ତି ଆରଏସଏସ ମୁଖ୍ୟ । ଆଉ ଏହି ନିୟମ ସମସ୍ତଙ୍କ ଉପରେ ସମାନ ଭାବେ ଲାଗୁ କରାଯାଉ । ଚୀନ୍ରେ ଜନସଂଖ୍ୟା ବୃଦ୍ଧି ହେବାରେ ଲାଗିଥିବା ବେଳେ ପ୍ରଶାସନ ପକ୍ଷରୁ ଏଥିରେ ରୋକ୍ ଲଗାଯାଇଥିଲା । ଆମକୁ ମଧ୍ୟ ଏନେଇ ସଚେତନ ହେବାକୁ ପଡ଼ିବ । ଜନସଂଖ୍ୟା ବଢିଲେ ସରକାର କେତେ ଜଣଙ୍କୁ ରୋଜଗାର ଦେବାରେ ସକ୍ଷମ ହୋଇପାରିବେ ବୋଲି ପ୍ରଶ୍ନ ଉଠାଇଛନ୍ତି ମୋହନ ଭାଗବତ । ଏନେଇ ଆମ ସମାଜ ସଚେତନ ହୋଇ ଜନସଂଖ୍ୟା ନ୍ରିୟନ୍ତ୍ରଣ ଉପରେ ଗୁରୁତ୍ୱ ଦିଆଯିବା ଜରୁରୀ ହୋଇଛି ।