କନକ ବ୍ୟୁରୋ : ବଦଳିଲା ରାଷ୍ଟ୍ରପତି ଭବନରେ ଥିବା ଦୁଇଟି ଗୁରୁତ୍ୱପୂର୍ଣ୍ଣ ହଲ୍‌ର ନାଁ । ରାଷ୍ଟ୍ରପତି ଭବନରେ ଥିବା ‘ଦରବାର ହଲ’ ନାଁ ‘ଗଣତନ୍ତ୍ର ମଣ୍ଡପ’ ହୋଇଛି। ସେହିପରି ‘ଅଶୋକ ହଲ୍‌’ ନାଁ ‘ଅଶୋକ ମଣ୍ଡପ’କୁ ପରିବର୍ତ୍ତନ କରାଯାଇଛି। ଦ୍ରୌପଦୀ ମୁର୍ମୁ ଆଜି ରାଷ୍ଟ୍ରପତି ଭବନରେ ଏଭଳି ପରିବର୍ତ୍ତନ କରିଛନ୍ତି। ଭାରତୀୟ ସଂସ୍କୃତି ଓ ମୂଲ୍ୟବୋଧର ପରିଚୟକୁ ଅଧିକ ରୁଦ୍ଧିମନ୍ତ କରିବାକୁ ଏପରି ପଦକ୍ଷେପ ନିଆଯାଇଥିବା ସରକାର କହିଛନ୍ତି। ଏପରି ନାଁ ପରିବର୍ତ୍ତନ ଭାରତୀୟ ସାଂସ୍କୃତିକ ମୂଲ୍ୟବୋଧକୁ ପ୍ରତିଫଳିତ କରିବ। ରାଷ୍ଟ୍ରପତି ଭବନକୁ ଅଧିକ ବ୍ୟବହାର ଯୋଗ୍ୟ କରିବା ପାଇଁ ଏହି ପଦକ୍ଷେପ ନିଆଯାଇଥିବା ସରକାରଙ୍କ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି । କିନ୍ତୁ ନା ପରିବର୍ତନକୁ କଂଗ୍ରେସ ସମାଲୋଚନା କରିଛି। କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ କହିଛନ୍ତି, ଏହା ସେହେନ୍ସାଙ୍କ ଚିନ୍ତାଧାରା। ଦରବାର ହଲ୍‌ର ଗୁରୁତ୍ୱପୂର୍ଣ୍ଣ ଉତ୍ସବ ଓ କାର୍ୟ୍ୟକ୍ରମ ଆୟୋଜନ କରାଯାଇଥାଏ। ଜାତୀୟ ପୁରସ୍କାର ଏହି ସ୍ଥାନରେ ପ୍ରଦାନ କରାଯାଏ। ଭାରତ ଗଣତାନ୍ତ୍ରିକ ରାଷ୍ଟ୍ରରେ ପରିଣତ ହେବା ପରେ ଏହି ଶବ୍ଦ ତା’ର ମହତ୍ୱ ହରାଇଛି। ଭାରତୀୟ ସମାଜ ସହ ଗଣତନ୍ତ୍ର ଶବ୍ଦ ବେଶ ଭଲ ଭାବେ ଜଡ଼ିତ। ତେଣୁ ଏହି ସ୍ଥାନର ନାଁ ଗଣତନ୍ତ୍ର ମଣ୍ଡପ ରଖାଯାଇଥିବା ସରକାର କହିଛନ୍ତି। ଅଶୋକ ହଲ ପ୍ରଥମରୁ ଗୋଟିଏ ବଲ୍‌ ରୁମ ଭାବେ ପରିଚିତ ଥିଲା। ଭାଷାରେ ସମାନତା ଆଣିବା ପାଇଁ ଏହାର ନାଁ ଅଶୋକ ମଣ୍ଡପ କରାଯାଇଛି। ଏହା ସମ୍ରାଟ ଅଶୋକଙ୍କ ସହ ମଧ୍ୟ ଜଡ଼ିତ। ସମ୍ରାଟ ଅଶୋକ ଏକତା ଓ ଶାନ୍ତିର ପ୍ରତୀକ। ଅଶୋକ ଗଛର ମହତ୍ୱ ମଧ୍ୟ ଭାରତୀୟ ଧାର୍ମିକ ପରମ୍ପରା ସହ ଜଡ଼ିତ।

Advertisment