ଚର୍ଚ୍ଚାରେ ରଶ୍ମିକା ମନ୍ଦାନାଙ୍କ ଫେକ ଭିଡିଓ: ଏଆଇର ଅପବ୍ୟବହାର ନେଇ ଉଠିଲା ପ୍ରଶ୍ନ

335

କନକ ବ୍ୟୁରୋ: ଏଆଇ ଟେକ୍ନାଲୋଜିର ଅପବ୍ୟବହାର । ରଶ୍ମିକା ମନ୍ଦାନାଙ୍କ ପରେ କ୍ୟାଟ୍ରିନାଙ୍କ ଡିପଫେକ ଫଟୋ ଭାଇରାଲ । ବିଗ-ବି, ନାଗା ଚୈତନ୍ୟଙ୍କ ସମେତ କଡା କାର୍ଯ୍ୟାନୁଷ୍ଠାନ ନେବାକୁ ସେଲିବ୍ରେଟିମାନେ ଦାବି କରିଛନ୍ତି । ସୋଶିଆଲ ମିଡିଆରେ ଦୁଃଖ ପ୍ରକାଶ କରି ରଶ୍ମିତା କହିଲେ ସମାଜକୁ ପ୍ରଭାବିତ କରିବା ପୂର୍ବରୁ ତୁରନ୍ତ ପଦକ୍ଷେପ ନେବାର ଆବଶ୍ୟକତା ରହିଛି । ବ୍ରିଟେନ-ଭାରତୀୟ ପ୍ରଭାବଶାଳୀ ମହିଳା ଜାରା ପଟେଲଙ୍କ ଭିଡିଓରେ ଏଡିଟିଂ କରି ରଶ୍ମିତାଙ୍କୁ ମୁହଁ ଲଗାଇ ଦେଇଥିଲେ ଦୁର୍ବୃତ୍ତ । ରଶ୍ମିକାଙ୍କ ସମର୍ଥନରେ ହଜାର ହଜାର ସୋଶିଆଲ ମିଡିଆ ବ୍ୟବହାରକାରୀ ବାହାରିଥିବା ବେଳେ କାର୍ଯ୍ୟାନୁଷ୍ଠାନ ନେବାକୁ କହିଛନ୍ତି କେନ୍ଦ୍ର ବୈଦୁତିକ, ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ।

ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଦକ୍ଷିଣ ଭାରତୀୟ ଅଭିନେତ୍ରୀ ରଶ୍ମିକା ମନ୍ଦାନା ଏକ ଲିଫ୍ଟରେ ପ୍ରବେଶ କରୁଛନ୍ତି । କିନ୍ତୁ ବାସ୍ତବରେ ଏହି ଭିଡିଓରେ ରଶ୍ମିକା ମନ୍ଦାନା ନାହାଁନ୍ତି । ଏଆଇ ଅବା କୁତ୍ରିମ ବୁଦ୍ଧିମତାର ନୂଆ ଡିପ୍ଫେକ୍ ଟେକ୍ନୋଲୋଜିର ବିନିଯୋଗ କରି ରଶ୍ମିକାଙ୍କ ଫେକ୍ ଭିଡିଓ ପ୍ରସ୍ତୁତ କରାଯାଇଛି । ବାସ୍ତବରେ ଏହି ଭିଡିଓ ହେଉଛି ଜାରା ପଟେଲଙ୍କର । ଜାରା ହେଉଛନ୍ତି ବ୍ରିଟେନ-ଭାରତୀୟ ପ୍ରଭାବଶାଳୀ ମହିଳା । ଯିଏ ନିଜର ବୋଲ୍ଡ ଫଟୋ, ଭିଡିଓ ପାଇଁ ପରିଚତ । ତାଙ୍କର ଇନଷ୍ଟଗ୍ରାମରେ ସାଢେ ୪ ଲକ୍ଷରୁ ଅଧିକ ଅନୁଗାମୀ ମଧ୍ୟ ଅଛନ୍ତି । ସ୍କ୍ରିନରେ ଦେଖୁଥିବା ଦୁଇଟି ଚିତ୍ରରୁ ଗୋଟିଏ ଅସଲି ଅନ୍ୟଟି ନକଲି । ଅସଲି ଭିଡିଓରେ ଜାରା ପଟେଲ ନିଜେ ଅଛନ୍ତି । ଆଉ ନକଲିରେ ଜାରାଙ୍କ ମୁହଁ ବଦଳରେ ରଶ୍ମିକାଙ୍କ ମୁହଁ ଲଗାଯାଇଛି ।

ରଶ୍ମିକାଙ୍କ ଏହି ଡିପଫେକ ଭିଡିଓ ଭାଇରାଲ ହେବା ପରେ ଚାରିଆଡୁ ତିବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ବଲିଉଡ ସୁପରଷ୍ଟାର ଅଭିତାଭ ବଚ୍ଚନ, ଦକ୍ଷିଣ ଭାରତୀୟ ଅଭିନେତା ନାଗା ଚୈତନ୍ୟଙ୍କ ସମେତ ବହୁ ଅଭିନେତା, ଅଭିନେତ୍ରୀ କଡା ପ୍ରତିକ୍ରିୟା ରଖିବା ସହ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କ ଫେକ୍ ଭିଡିଓକୁ ନେଇ ସୋସିଆଲ ମିଡିଆରେ ଝଡ ସୃଷ୍ଟି କରିଛ । ଏଆଇର ଏଭଳି ଟେକ୍ନୋଲୋଜିକୁ ନେଇ କ୍ଷୁବ୍ଧ ହୋଇଛନ୍ତି ବଲିଉଡ୍ ବିଗ୍ ବି ଅମିତାଭ ବଚ୍ଚନ । ଟ୍ୱିଟ୍ କରି ଅମିତାଭ କହିଛନ୍ତି, ଏଭଳି ଟେକ୍ନୋଲୋଜି ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ଜରୁରୀ । ନାଗା ଚୈତନ୍ୟ କହିଛନ୍ତି, ଯେଉଁଭଳି ଭାବେ ଟେକ୍ନୋଲୋଜିର ଅପବ୍ୟବହାର କରାଯାଉଛି ଭବିଷ୍ୟତରେ ଏହା ଭୟଙ୍କର ହୋଇପାରେ । ଏହା ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିବା ସହ ଏଥିରୁ ଲୋକଙ୍କ ସୁରକ୍ଷା ପାଇଁ ଆଇନ ଆସିବା ଦରକାର ବୋଲି କହିଛନ୍ତି ନାଗା ଚୈତନ୍ୟ । ରଶ୍ମିକା ତାଙ୍କ ଶୋସିଆଲ ମିଡିଆରେ ଦୁଃଖ ପ୍ରକାଶ କରି ଲେଖିଛନ୍ତିି, ଟେକ୍ନୋଲୋଜିର ଅପବ୍ୟବହାର କେବଳ ତାଙ୍କ ପାଇଁ ସବୁ ଲୋକଙ୍କ ଭିତରେ ଭୟ ସୃଷ୍ଟି କରିଛି । ଏହା ଆମ ସମାଜକୁ ପ୍ରଭାବିତ କରିବା ପୂର୍ବରୁ ତୁରନ୍ତ ପଦକ୍ଷେପ ନେବାର ଆବଶ୍ୟକତା ରହିଛି । ସେପେଟ କ୍ରାଟିନା କୈଫଙ୍କ ଟାଇଗର-୩ର ଏକ ଫଟୋକୁ ଡିପ୍ଫେକ୍ ଟେକ୍ନୋଲୋଜି ଜରିଆରେ ବିକୃତ କରାଯାଇଥିବା ଦେଖିବାକୁ ମିଳିଛି ।

ରଶ୍ମିକାଙ୍କ ସମର୍ଥନରେ ହଜାର ହଜାର ସୋଶିଆଲ ମିଡିଆ ବ୍ୟବହାରକାରୀ ବାହାରିଥିବା ବେଳେ କାର୍ଯ୍ୟାନୁଷ୍ଠାନ ନେବାକୁ କହିଛନ୍ତି କେନ୍ଦ୍ର ବୈଦୁତିକ, ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ।