କନକ ବ୍ୟୁରୋ: ଏଣିକି ଓଡିଶା ଛାତି ବାଡେଇ କହିବ ରସଗୋଲା ଆମର । ଯେଉଁଠି, ଯେତେବେଳେ, ଯିଏ ପ୍ରଶ୍ନ କରିବ ରସଗୋଲା କାହାର? ଉତ୍ତରରେ ଆପେ ଆପେ ପାଟିରୁ ବାହାରି ପଡିବ ଓଡିଶାର..। କାରଣ ଓଡିଶା ରସଗୋଲାକୁ ମିଳିଛି ଜିଆଇ ଟ୍ୟାଗ । ଓଡିଶାର ରସଗୋଲା ପାଇଛି ଭୌଗଳିକ ପରିଚୟ । ଚେନ୍ନାଇ ଜିଆଇ କାର୍ଯ୍ୟାଳୟରୁ ଏହି ମାନ୍ୟତା ମିଳିଛି । ଆଉ ଓଡିଶାକୁ ଏହି ମାନ୍ୟତା ମିଳିବା ପରେ ଓଡିଶା-ପଶ୍ଚିମବଙ୍ଗ ମଧ୍ୟରେ ଲାଗିଥିବା ବିବାଦରେ ପୂର୍ଣ୍ଣଚ୍ଛେଦ ପଡିଛି ।
ତେବେ ଓଡିଶାକୁ ମାନ୍ୟତା ମିଳିବା ପରେ ସୋସିଆଲ ମିଡିଆରେ ଟ୍ରେଣ୍ଡ ହୋଇଛି ଏହି ପ୍ରସଙ୍ଗ । ଟ୍ୱିଟରରେ ବିଭିନ୍ନ ଲୋକ ଭିନ୍ନ ଭିନ୍ନ ପୋଷ୍ଟ କରି ନିଜ ନିଜର ମତ ରଖିଛନ୍ତି । ଓଡିଶାକୁ ଜିଆଇ ଟ୍ୟାଗ ମିଳିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୁସି ବ୍ୟକ୍ତ କରିଛନ୍ତି । ଛେନାରେ ତିଆରି ଏହି ରସଗୋଲାକୁ ସାରା ବିଶ୍ୱରେ ଥିବା ଓଡିଆ ଖାଇବାକୁ ଭଲପାଆନ୍ତି । ବର୍ଷ ବର୍ଷ ଧରି ଏହି ରସଗୋଲା ମହାପ୍ରଭୁ ଜଗନ୍ନାଥଙ୍କ ପାଖରେ ଭୋଗ ଲାଗି ଆସୁଛି ବୋଲି ମୁଖ୍ୟମନ୍ତ୍ରୀ ଟ୍ୱିଟ କରିଛନ୍ତି ।
Happy to share that #Odisha Rasagola has received GI Tag in Geographical Indication Registry. This mouthwatering culinary delight made of cottage cheese, loved by Odias across the world, is offered to Lord Jagannath as part of bhog since centuries #OdishaRasagolapic.twitter.com/9SchxLaAcv
— Naveen Patnaik (@Naveen_Odisha) July 29, 2019
ରସଗୋଲାକୁ ନେଇ ଟ୍ୱିଟରରେ ବେଙ୍ଗଲକୁ କଡା ସମାଲୋଚନା କରିଛନ୍ତି କିଛି ୟୁଜର୍ସ । ଏବେ ପଶ୍ଚିମବଙ୍ଗ ଯେତେବେଳେ ସରଗୋଲା ଦେଖିବ ସେତେବେଳେ ତାର ଓଡିଶା କଥା ମନେପଡିବ ବୋଲି କିଛି ଲେଖିଛନ୍ତି ।
After seeing this news WB people's reaction:----#rasagolahttps://t.co/ro8RuJLDcBpic.twitter.com/9PAb826Sq9
— ÅŃSHÜMÂÑ PÄRÎDÃ (@Paridaanshuman_) July 29, 2019
ଆଉ କିଛି ଜିଆଇ ଖବର ଶୁଣି ବେଙ୍ଗଲ କେମିତି ମୁହଁ ଫୁଲାଇ ବସିଥିବ ତାର ଏକ ଫଟୋ ଦେଇ ମଧ୍ୟ ୟୁଜର୍ସ ଟ୍ୱିଟ କରିଛନ୍ତି ।
ତେବେ କେହି କେହି ରସଗୋଲାକୁ ଓଡିଶା ସଂସ୍କୃତି, ପରମ୍ପରାର ଅଭିନ୍ନ ଅଙ୍ଗ ବୋଲି କହିଛନ୍ତି ।
ସମସ୍ତଙ୍କୁ ଅନୁରୋଧ ଏହି ଫଟୋଟିକୁ ଗୋଟିଏ ଦିନ ହେଉ ପଛେ ନିଜ ସୋସିଆଲ ମିଡିଆ ପ୍ରୋଫାଇଲ୍ ଫଟୋ ବନାନ୍ତୁ #ରସଗୋଲାଅାମର#Rasagolapic.twitter.com/AlQSP5czCe
— ଭାଷା: ଓଡ଼ିଆ (@BhashaOdia) July 29, 2019
Odisha gets GI tag for its version of #Rasagola.The Chennai based GI Registry on monday issued formal certification for #OdishaRasagola
#ରସଗୋଲା: ଉତ୍କଳୀୟ ସଂସ୍କୃତି,ପରମ୍ପରା,ଧର୍ମ ଓ ଇତିହାସର ଅଭିନ୍ନ ଅଙ୍ଗ।
ଜୟ ଜଗନ୍ନାଥ 🙏 pic.twitter.com/J92URjrawS— Odisha Links (@odishalinkslive) July 29, 2019
ଜିଆଇ ମାନ୍ୟତା ମିଳିବା ପରେ କାରିଗରମାନେ ରସଗୋଲାର କ୍ୱାଲିଟି ଉପରେ ଧ୍ୟାନ ଦେବାକୁ କିଛି ମତ ରଖିଛନ୍ତି ।
#ରସଗୋଲାକୁ ମିଳିଲା #GI_ଟ୍ୟାଗ୍ 🤔
ଆଶାକରୁଁ #ରସଗୋଲା କାରିଗର/ବ୍ୟବସାୟୀ ଏବେଠୁଁ QUALITY ଉପରେ ଧ୍ୟାନଦେଇ ପୁରସ୍କାରଟିର ମର୍ଯ୍ୟାଦା ରକ୍ଷା କରିବେ 😀
— Pradeep Ku. Mohanty (@PradeepKuMoha12) July 29, 2019
ମାନ୍ୟତା ପରେ ପଶ୍ଚିମବଙ୍ଗକୁ ଅନେକ ସମାଲୋଚନାଭରା ପୋଷ୍ଟ ଦେଖିବାକୁ ମିଳିଛି ।
ବଙ୍ଗଳା ଗୋଟେ ଭାଷା ନୁହଁ, ଏଇଟା ବହୁବାର ପ୍ରମାଣିତ ହେଇଛି .
ମନେ ମନେ ଯେତେଗୁଡ ଖାଇଲେ ବି ରସଗୋଲା ଆମର ଥିଲା ଆଉ ରହିବ #ରସଗୋଲା#OdishaRasagola
— Jajapuria ଯାଜପୁରିଆ (@Jajapuria) July 29, 2019
That's indeed a great news.#rasagoladibasa#RasagolaOdishaRa Jay #Jagannatha
ରସଗୋଲା ଓଡ଼ିଶାର ଥିଲା ଆଉ ରହିବ #ଓଡ଼ିଶା#ଓଡ଼ିଆ#ରସଗୋଲା@anitaexplorer Special Thanks 👏👍
ଜୟ #ଜଗନ୍ନାଥhttps://t.co/XuKLjOvf9c— ODIA Renaissance (@IamanODIA) July 29, 2019
ମାଁ ଲକ୍ଷ୍ମୀ ଠାକୁରାଣୀଙ୍କୁ #ରସଗୋଲା ଦେଇ କରନ୍ତି ମାନ ଭଞ୍ଜନ ମହାବାହୁ
ଆମ ମିଠା ପରର ହେଵ ତାଙ୍କ ଥାଉ ଥାଉ#OdishaRasagola # Rasagola https://t.co/CeYotYoS2s— Ganesh Chandra Singh (@Ganesh089) July 29, 2019