କନକ ବ୍ୟୁରୋ : ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ବିରଳ ଫଟୋ । ବିଜୁ ପଟ୍ଟନାୟକଙ୍କ ଅନେକ ଫଟୋକୁ ସାଇତି ରଖିଛନ୍ତି ବରିଷ୍ଠ ଫଟୋଗ୍ରାଫର ତଥା ‘ଇପିଏ ଉଇକ୍ଲି’ର ମୁଖ୍ୟ ସମ୍ପାଦକ ଅନୀଲ ପ୍ରସାଦ ମିଶ୍ର । ରାଜ୍ୟର ଦୁର୍ବଳ ଆର୍ଥିକ ସ୍ଥିତି ପାଇଁ ସାଇକେଲରେ ସଚିବାଳୟ ଯାଇଥିଲେ ବିଜୁ ବାବୁ । ସାଇକେଲରେ ସଚିବାଳୟ ଯିବା ସମୟରେ କିଛି ଦୂରରେ ତଳେ ପଡ଼ିଯାଇଥିଲେ । ଆଉ ତାଙ୍କୁ ଉଠାଇ ସ୍କୁଟରରେ ନେଇଥିଲେ ସାମ୍ବାଦିକ । ଏହି ସମୟର ଫଟୋ ଉଠାଇଥିଲେ ଅନୀଲ ପ୍ରସାଦ । ଯାହାକୁ ସେ ନିଜ ଫଟୋ ଗ୍ୟାଲେରୀରେ ସାଇତି ରଖିଛନ୍ତି ।
କେବଳ ସାଇକେଲରେ ନୁହେଁ ଅନ୍ୟ ଦିନରେ ରିକ୍ସାରେ ବି ସଚିବାଳୟ ଯାଇଛନ୍ତି ବିଜୁ ପଟ୍ଟନାୟକ । ବିଜୁ ବାବୁଙ୍କ ଏପରି ଅନେକ ଫଟୋକୁ ନିଜ ଫଟୋ ଗ୍ୟାଲେରୀରେ ସାଇତି ରଖିଛନ୍ତି ଅନୀଲ ପ୍ରସାଦ ମିଶ୍ର । ସେହିଭଳି ଜଣେ ମୃତ କର୍ମଚାରୀଙ୍କ ପରିବାର ପ୍ରତି ଅନୁକମ୍ପା ଦେଖାଇ ତାଙ୍କ ଘରେ ଖାଇଥିଲେ ପଖାଳ, ବନ୍ଦ କରିଥିଲେ ଉଚ୍ଛେଦ । ସେ ସମୟର ଫଟୋ ମଧ୍ୟ ନିଜ ଗ୍ୟାଲେରୀରେ ସାଇତି ରଖିଛନ୍ତି ଅନୀଲ ।