କନକ ବ୍ୟୁରୋ : ଦେବଗଡ଼ ରିଆମାଳ ବ୍ଲକ ଅନ୍ତର୍ଗତ କୀର୍ତନପାଲି ଗାଁ। ଏଠି ପ୍ରତିଦିନ ଉଡ଼େ ତ୍ରିରଙ୍ଗା। ପତାକା ଉତୋଳନ କରି ସମୂହ ଜାତୀୟ ସଂଗୀତ ଗାନ କରନ୍ତି ଗ୍ରାମବାସୀ। ଖରା ବର୍ଷା ଶୀତ ସବୁ ଦିନ ସକାଳୁ ଗାଁ ମଣ୍ଡପରେ ଘଂଟି ବାଜେ। ଗାଁର ୪୫ ପରିବାରର ଜଣେ ଜଣେ ସଦସ୍ୟ ଗାଁ ମଣ୍ଡପ ନିକଟରେ ଏକାଠି ହୁଅନ୍ତି। ଜାତୀୟ ପତାକା ଉତୋଳନ କରିଥାନ୍ତି । ଗ୍ରାମବାସୀ ଜାତୀୟ ସଂଗୀତ ଗାନ କରି ଦେଶ ପ୍ରେମର ବାର୍ତ୍ତା ନୂତନ ପିଢି ପାଇଁ ପ୍ରସ୍ତୁତ କରିଥାନ୍ତି।

Advertisment

ଏତିକିରେ ସିମିତ ନ ରହି, ବାପୁଙ୍କ ନୀତି ଆଦର୍ଶରେ ଗାଁ ପରିଚାଳିତ ହୋଇଆସୁଛି।ମହାତ୍ମାଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ କୀର୍ତନପାଲି ଗ୍ରାମବାସୀ। ମିଳିତ ଭାବେ ଶ୍ରମଦାନ କରି ଗାଁକୁ ସ୍ୱଚ୍ଚ ରଖିଛନ୍ତି । ସପ୍ତାହରେ ଗୋଟିଏ ଦିନ ଗାଁ ପରିମଳ ପାଇଁ ଦେଇଥାନ୍ତି । ରାସ୍ତା ହେଉ କି ପୋଖରୀ ସଫେଇ କାର୍ୟ୍ୟ କରିଥାନ୍ତି । ପ୍ରତି ଘରେ ପାଇଖାନା ବସାଇ ଗାଁ ପରିମଳକୁ ସ୍ବଚ୍ଛ ରଖିବା ଉପରେ ଧ୍ୟାନ ଦେଇଥାନ୍ତ ଗ୍ରାମବାସୀ।