କନକ ବ୍ୟୁରୋ : ନନ୍ଦନକାନନରେ ଜନ୍ମ ନେଇଥିବା ଏକ ବିରଳ ପ୍ରଜାତିର କଇଁଛର ମୃତ୍ୟୁ ହୋଇଛି । ଚିଡିଆଖାନାର ସରୀସୃପ ଖୁଆଡ଼ରେ ଜନ୍ମ ହେଇଥିବା ଏ କଇଁଛଟିର ୨ଟି ମୁଣ୍ଡ ରହିଥିଲା, ଯାହାକି ଅତ୍ୟନ୍ତ ବିରଳ ପ୍ରଜାତିର । ତେବେ କିଛିଦିନ ତଳେ କଇଁଛମାନେ ବାଲିରେ ଅଣ୍ଡା ଦେଇଥିଲେ । ସେଇ ଅଣ୍ଡାରୁ ୨ଟି ଛୁଆ ବାହାରିଥିଲେ ।

Advertisment

ଗୋଟିଏ ସାମାନ୍ୟ ଥିବା ବେଳେ ଅନ୍ୟ ଛୁଆଟିର ୨ଟି ମୁଣ୍ଡ ଥିବା ଦେଖିବାକୁ ମିଳିଥିଲା । ୨୦୨୨ ସେପ୍ଟେମ୍ବର ୧୧ ତାରିଖରେ ଜନ୍ମ ନେଇଥିବା ୨ ମୁଣ୍ଡିଆ କଇଁଛଟି ସୁସ୍ଥ ଥିବା ବେଳେ ତାକୁ ନନ୍ଦନକାନନର ଭେଟେନାରୀରେ ରଖାଯାଇଥିଲା । ହେଲେ ଗତକାଲି ଦୁଇମୁଣ୍ଡିଆ କଇଁଛର ମୃତ୍ୟୁ ହୋଇଛି । କେଉଁ କାରଣରୁ ବିରଳ କଇଁଛର ମୃତ୍ୟୁ ହେଲା ତାହା ସ୍ପଷ୍ଟ ହୋଇନି ।