୨୦୧୮ ବ୍ୟାଘ୍ର ଗଣନା ରିପୋର୍ଟ ମୁତାବକ କଳାଗାର ଥିବା ବାଘଙ୍କ ସଂଖ୍ୟା ଦ୍ରୁତଭାବେ ହ୍ରାସ ପାଇବାରେ ଲାଗିଛି । ବିଶେଷଜ୍ଞ ମାନେ କହିଛନ୍ତି କି ଏହି କଳାଗାର ଥିବା ବାଘ କେବଳ ଓଡିଶାରେ ୭ ରୁ ୮ ଟି ରହିଛନ୍ତି

298

କନକ ବ୍ୟୁରୋ : ଓଡିଶାର ଜଙ୍ଗଲରେ ଏକ ବହୁ ବିରଳ ପ୍ରଜାତିର ବାଘ ଦେଖିବାକୁ ମଳିଛି । ଏହି ବାଘର ସ୍ୱତନ୍ତ୍ରତା ହେଉଛି ଏହା ଶରୀରରେ ପାଖା ପାଖି କଳା ଧାରର ଦାଗ ରହିଥାଏ । ବିଶେଷଜ୍ଞ ମାନଙ୍କ ମତରେ ଏବେ ଓଡିଶାରେ ଏହି ପ୍ରଜାତିର ବାଘଙ୍କ ସଂଖ୍ୟା ମାତ୍ର ୭ ରୁ ୮ ଟି । ଏହାସହ ସାରା ବିଶ୍ୱରେ ଥିବା ଏଭଳି କଳା ପ୍ରଜାତିର ବାଘଙ୍କ ମଧ୍ୟରୁ କେବଳ ଓଡିଶାରେ ୭୦ ପ୍ରତିଶତ ବଞ୍ଚି ରହିଛନ୍ତି । ବିଶେଷଜ୍ଞ ମାନେ ୨୦୦୭ ମସିହାରେ ଏହି ପ୍ରଜାତିର ବାଘକୁ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ଅଞ୍ଚଳରେ ଦେଖିବାକୁ ପାଇଥିଲେ ।

ଓଡିଶାରେ ଦେଖିଯାଇଥିବା ଏହି ପ୍ରଜାତି ବାଘର ବାୟୋଲୋଜିକାଲ ନାଁ ହେଉଛି ମେଲାନିଷ୍ଟିକ୍ ଟାଇଗର । ଏହି ପ୍ରଜାତିର ବାଘ ମାନଙ୍କ ଦେହରେ ଦେଖାଯାଉଥିବା କଳା ଗାର ସେମାନଙ୍କର ବଂଶଗତ ଅସୁବିଧା କାରଣରୁ ହୋଇଥାଏ । ଭାରତୀୟ ହିଂସ୍ରଜନ୍ତୁ ବିଶେଷଜ୍ଞ ଓ ହିଂସ୍ରଜନ୍ତୁ ପ୍ରତିଷ୍ଠାନ ର ବୈଜ୍ଞାନିକ ଡାକ୍ତର ବିଭାଶ ପାଣ୍ଡବ ଦାବି କରିଛନ୍ତି କି ଏଭଳି କଳାଦାଗ ଥିବା ବାଘ ଦୁନିଆରେ ବିରଳ । ସେ କହିଛନ୍ତି କି ସାରା ବିଶ୍ୱରେ ଏହି ପ୍ରଜାତିର ବାଘ କେବଳ ଓଡିଶାରେ ୭ ରୁ ୮ ଟି ବଞ୍ଚିଛନ୍ତି । ବଂଶାନୁଗତ କାରଣରୁ ଏହି ପ୍ରଜାତି ଏବେ ବିଶ୍ୱରେ ବିରଳ ।

୨୦୧୮ ବ୍ୟାଘ୍ର ଗଣନା ମୁତାବକ ଏହି ପ୍ରଜାତିର ବାଘ ମାନଙ୍କ ସଂଖ୍ୟା ଦ୍ରୁତ ଭାବେ ହ୍ରାସ ପାଇବାରେ ଲାଗିଛି । ବିଶେଷଜ୍ଞ ବିଭାଶଙ୍କ କହିବା ମୁତାବକ ଆନ୍ତଃପ୍ରଜନନ କାରଣରୁ ଏମାନଙ୍କ ଶରୀରରେ ଏଭଳି କଳାଦାଗ ଦେଖିବାକୁ ମିଳିଥାଏ । ଏହାସହ ସେ କହିଛନ୍ତି କି ଏହି ପ୍ରକାରର ବାଘଙ୍କ ଆକାର ସାଧାରଣ ପ୍ରଜାତିର ବାଘ ମାନଙ୍କ ଠାରୁ ଛୋଟ ହୋଇଥାଏ । ସେ ଆହୁରି କହିଛନ୍ତି କି ୧୯୯୦ ମସିହାରେ ପ୍ରଥମ ଥର ଏହି ପ୍ରଜାତିର ବାଘ ମିଳିଥିଲେ । ଏକ ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ମୁତାବକ ୱାଇଲ୍ଡ ଲାଇଫ୍ ଫଟୋଗ୍ରାଫର ସୌମେନ ବାଜପେୟୀ ଏହାର ଫଟୋ ଉଠାଇଥିଲେ । ଏହି ଫଟୋ ପୂର୍ବ ଓଡିଶାର ବୋଲି କୁହାଯାଇଛି ।