କନକ ବ୍ୟୁରୋ: ପୁଣି ଯୋଡ଼ାହେଲା କଟାହାତ । ନୂଆ ଜୀବନ ପାଇଲେ ଝିଅ । ଅପରେସନ ଟେବୁଲରେ ଥୁଆ ହୋଇଥିଲା କଟାହାତ । ଆଉ ଏହାକୁ ଶରୀର ସହ ଯୋଡିବାକୁ ଚାଲିଥିଲା ଅସ୍ତ୍ରୋପଚାର । ପ୍ଲାଷ୍ଟିକ ସର୍ଜରୀ, ଅସ୍ଥିଶଲ୍ୟ ଓ ନିଶ୍ଚେତକ ବିଭାଗର ଡାକ୍ତରଙ୍କ ୧୦ ଘଂଟାର ଅକ୍ଲାନ୍ତ ପରିଶ୍ରମ ପରେ ଏଭଳି ଏକ ବିରଳ ଅପରେସନ ସମ୍ଭବ ହୋଇଛି । ଭୁବନେଶ୍ୱର ଏମ୍ସରେ ଯୋଡାଯାଇଥିବା କଟାହାତକୁ ଶରୀର ସହ ଯୋଡି ପ୍ରଂଶସା ସାଉଁଟିଛନ୍ତି ଡାକ୍ତରୀ ଟିମା
ତାରିଖ-୯ ଡିସେମ୍ବର
ସମୟ-ଅପରାହ୍ନ ୪ଟା
ସ୍ଥାନ -କୃଷ୍ଣପ୍ରସାଦ, ସାମନ୍ତରାପୁର
ଧାନଅମଳର ସମୟ । ଆଉ ଏହି ସମୟରେ ଧାନମଳା ମେସିନରେ ଧାନ ମଳା ଚାଲିଥାଏ । ଆଉ ଏହାକୁ ଦେଖିବାକୁ ମେସିନ ପାଖକୁ ଯାଇଥିଲେ ବର୍ଷା । କିଏ କିଛି ବୁଝିବା ପୂର୍ବରୁ ମେସିନରେ ବର୍ଷାଙ୍କ ଓଢଣୀ ଗୁଡେଇ ହୋଇଯାଇଥିଲା ଆଉ କହୁଣୀରୁ ଅଲଗା ହୋଇଯାଇଥିଲା ହାତ । ମାତ୍ର ୮ ଘଂଟାରେ ବର୍ଷାକୁ ଧରି ଏମ୍ସରେ ପଂହଚିଥିଲେ ପରିବାର ଲୋକେ । ସେତବେଳକୁ ରାତି ୧୦ଟା ହୋଇସାରିଥାଏ । ଆଉ ଡାକ୍ତରଖାନାରେ ପହଞ୍ଚିିବା ପରେ ଆରମ୍ଭ ହୋଇଥିଲା ଅପରେସନ ।
ବର୍ତମାନ ଅସ୍ତ୍ରୋପଚାରକୁ ୧୩ଦିନ ବିତିଗଲଣି । କଟା ହାତ ବି ଯାଡିହୋଇଗଲାଣି । ଶିରାପ୍ରଶିରା କାମ କରିବା ଆରମ୍ଭ କରିଛି । ଆଉ ହତାଶ ପରିବାର ଏବେ ଆଶ୍ୱସ୍ତି ଅନୁଭବ କରିଛନ୍ତି । ବର୍ଷାଙ୍କୁ ସୁସ୍ଥ ହେବାକୁ ଆହୁରି ୬ ମାସ ଲାଗିଯାଇପାରେ ବୋଲି ଡାକ୍ତର କହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/12/18-19.jpg)