କନକ ବ୍ୟୁରୋ: ବିଶାଖାପାଟଣା ଆପୋଲୋ ହସ୍ପିଟାଲରେ ହୋଇଛି ବିରଳ ଚିକିତ୍ସା । ପିଲାଦିନୁ ବିରଳ ରକ୍ତଶିକୁଳି ରୋଗରେ ଆକ୍ରାନ୍ତ ହୋଇ ଯନ୍ତ୍ରଣା ଭୋଗୁଥିଲେ । ହେଲେ ବିଶାଖାପାଟଣା ସ୍ଥିତ ଆପୋଲୋ ହସ୍ପିଟାଲର ଆଙ୍କୋଲୋଜି ବିଭାଗର ଡାକ୍ତର ରାକେଶ ରେଡ୍ଡିଙ୍କ ଚିକିତ୍ସାରେ ଯୁବରାଜଙ୍କୁ ମିଳିଛି ଏହି ରୋଗରେ ମୁକ୍ତି ।
ବିରଳ, ରକ୍ତଶିକୁଳି ରୋଗ ଯୋଗୁଁ ଯୁବରାଜ ରକ୍ତହୀନତାର ଶିକାର ହୋଇଆସୁଥିଲେ । ଏଥିପାଇଁ ତାଙ୍କୁ ନିୟମିତ ବ୍ୟବଧାନରେ ରକ୍ତ ଦିଆଯାଉଥିଲା । ଯାହା ତାଙ୍କ ପାଇଁ ବ୍ୟୟସାପେକ୍ଷ ଥିଲା । ଏହାସହ ଯୁବରାଜଙ୍କ ମେରୁଦଣ୍ଡର ଅସ୍ଥିମଜ୍ଜା ମଧ୍ୟ ଗମ୍ଭୀର ଭାବେ ପ୍ରଭାବିତ ହୋଇଥିବାରୁ ସେ ଅକଥନୀୟ ଯନ୍ତ୍ରଣା ଭୋଗୁଥିଲେ । ଏଣୁ ତାଙ୍କୁ ବିଶାଖାପାଟଣା ଆପୋଲୋ ହସ୍ପିଟାଲରେ ଚିକିତ୍ସାରେ ରଖାଯାଇଥିଲା । ଡାକ୍ତର ରାକେଶ ରେଡ୍ଡିଙ୍କ ତତ୍ତ୍ୱାଧାନରେ ଷ୍ଟେମ୍ ସେଲ ଟ୍ରାନ୍ସପ୍ଲାଣ୍ଟ ପରେ ତାଙ୍କୁ ଏହି ଯନ୍ତ୍ରଣାରୁ ଆଶ୍ୱସ୍ତି ମିଳିଛି ।
ଚିକିତ୍ସାରେ ଏପରି ସଫଳତା ପାଇଁ ଆପୋଲୋ ହସ୍ପିଟାଲର ଓ ଏହାର ସୁନାମଧନ୍ୟ ଡାକ୍ତର ପ୍ରଦୀପ ଭେନ୍ତ୍ରାପତି, ଡାକ୍ତର ସୁମନ ଦାସ, ଡା. ବେଣୀପ୍ରସନ୍ନ ଗେଡାଲା, ଡ.ରହିମଙ୍କ ସହ ସମସ୍ତ ଦଳ ଓ ନର୍ସିଂ ଷ୍ଟାଫଙ୍କୁ ଧନ୍ୟବାଦ ଜଣାଇଛନ୍ତି ।