କନକ ବ୍ୟୁରୋ : ଚାନ୍ଦବାଲି ବ୍ଲକ ବେନ୍ତାଳପୁର ଗାଁର ଚାଷୀ ନିରାକାର ମହାନ୍ତି ବିଲରେ ହଳ କରୁଥିବାବେଳେ ବିରଳ ପ୍ରଜାତିର ସ୍ୱର୍ଣ୍ଣ କଇଁଛ ଧରିଛନ୍ତି । ଚାଷ କରୁଥିବା ସମୟରେ ସେ ଏହି କଇଁଛକୁ ଦେଖିଥିଲେ । କାଦୁଆ ମିଶା ପାଣିରେ  କଇଁଛ ବୁଡିଯାଉଥିବା ଦେଖି ସାପ ଭାବି ସେ ଦୌଡି ପଳାଇଥିଲେ । ତେବେ ପରେ  କଇଁଛ ଜାଣିବା ପରେ ଘରକୁ ଆଣି ପୂଜାର୍ଚ୍ଚନା କରିବା ସହ ବନ ବିଭାଗକୁ ହସ୍ତାନ୍ତର କରିଛନ୍ତିା ସ୍ଥାନୀୟ ଅଂଚଳରେ ଏଭଳି କଇଁଛ ଦେଖାଯାଇନଥିଲା  । ତେବେ ମିଠାପାଣି ସ୍ଥାନରେ ଏଭଳି କଇଁଛ ବଢୁଥିବା ଚାନ୍ଦବାଲି ଫରେଷ୍ଟର କହିଛନ୍ତିା  ବନ୍ୟାରେ ଏହି କଇଁଛ ଭାସି ଆସିଥିବା ଅନୁମାନ କରାଯାଇଛି ।

Advertisment

ତେବେ ଏହି ବିରଳ ପ୍ରଜାତିର କଇଁଛକୁ ପୂର୍ବରୁ କେବେ କେହି ଦେଖି ନ ଥିବା ବେଳେ ଏବେ ଏହି କଇଁଛକୁ ଦେଖିବା ପାଇଁ ଲୋକମାନଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ନୂଆ ନୂଆ ଲାଗୁଥିବା କଇଁଛ କେଉଁଠୁ ଆସିଲା ବୋଲି ସମସ୍ତଙ୍କ ମୁହଁରେ ଗୋଟିଏ ପ୍ରଶ୍ନ ।