କନକ ବ୍ୟୁରୋ : ବଡ ଦିନ ଯୋଗୁ ବିଭିନ୍ନ ସ୍ଥାନରେ ପ୍ରସ୍ତୁତି ଜୋର୍ ହୋଇଛି । କଟକ ସୂତାହାଟରେ ଏକ ନିଆରା ଭାବେରେ ତିଆରି ହୋଇଛି ସାନ୍ତାକ୍ଲଜ । ୧୨ ହଜାର ପାନରେ ତିଆରି ହୋଇଛି ସାନ୍ତାକ୍ଲଜ । ଥ୍ରୀ ଡି ଆଟିଷ୍ଟ ବିଜୟଲକ୍ଷ୍ମୀ ତାଙ୍କ ଟିମ୍ ମେମ୍ବରଙ୍କ ସହ ୧୭ଶହ ବର୍ଗଫୁଟ ଗ୍ରୀନ ଫିଲ୍ଡରେ ଏହି ପାନପତ୍ରରେ ସାନ୍ତାକ୍ଲଜ କରିଛନ୍ତି କାର୍ପେଟ ଉପରେ ପାନ ପତ ଓ ଫେଭୀକଲ ଦେଇ ଏହି ଆକର୍ଷଣୀୟ ସନ୍ତା ତିଆରି କରି ପ୍ରଶଂସା ସାଉଁଟିଛନ୍ତି ବିଜୟଲକ୍ଷ୍ମୀ ।

Advertisment

ବଡ଼ଦିନ ଯୋଗୁ ବିଭିନ୍ନ ଚର୍ଚ୍ଚ ଗୁଡିକରେ ପ୍ରସ୍ତୁତି ଶେଷ ହୋଇଛି । ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଧରାବତରଣ ପୂର୍ବରୁ ଖ୍ରୀଷ୍ଟ ଧର୍ମୀଙ୍କ ଦ୍ୱାରା ସମସ୍ତ ପ୍ରସ୍ତୁତି ହୋଇଛି । ଫୁଲବାଣୀରେ ମଧ୍ୟ ପ୍ରଭୁ ଯୀଶୁଙ୍କ ଉଦ୍ଦେଶ୍ୟରେ କାରୋଲ ସାଜସଜା ଆଦି ଆରମ୍ଭ ହୋଇଛି । ଫୁଲବାଣୀର ବାପଟିଷ୍ଟ ଚର୍ଚ୍ଚରେ ଖ୍ରୀଷ୍ଟଧର୍ମୀ ମାନେ କାରୋଲ ଉପାସନା କରିଛନ୍ତି । ସନ୍ଧ୍ୟାରେ ଚର୍ଚ୍ଚ ରେ କ୍ୟାଣ୍ଡେଲ ଜାଳି ସମୂହ ପ୍ରାର୍ଥନା କରିବା ସହ ଚର୍ଚ୍ଚର ପାଳକ ଓ ଖ୍ରୀଷ୍ଟୟ ଉଦଯୋଗୀ ସମିତିର ସଦସ୍ୟମାନେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ସ୍ମରଣ କରିଛନ୍ତି ।

ପୂର୍ବଥର ବିଭିନ୍ନ କଟକଣା ମଧ୍ୟରେ ବଡ଼ଦିନ ପାଳନ ହୋଇଥିବା ବେଳେ ଚଳିତଥର ସେମିତି କିଛି କଟକଣା ନଥିବାରୁ ବହୁତ ଭଲରେ ଚର୍ଚ୍ଚ ଏବଂ ଘର ଗୁଡିକରେ ଖ୍ରୀଷ୍ଟମାସ ପାଇଁ ସାଜସଜା ସହ ଧୁମଧାମରେ ପାଳନ ପ୍ରସ୍ତୁତି ହେଉଛି ।