କନକ ବ୍ୟୁରୋ : ରାଜନୀତିରେ ବାହାଘର । ବିଜେପି ବରକୁ ବିଜେଡି କନ୍ୟା । ରାୟଗଡା ଜିଲ୍ଲା ଗୁଣୁପୁର ନିର୍ବାଚନ ମଣ୍ଡଳୀରେ ଏକ ଭିନ୍ନ ଧରଣର ବିବାହ ଦେଖିବାକୁ ମିଳିଛି । ପ୍ରଦେଶ କଂଗ୍ରେସ କମିଟିର ନିର୍ଦ୍ଦେଶକ୍ରମେ କେନ୍ଦ୍ରର ବିଜେପି ସରକାର ସହ ରାଜ୍ୟର ବିଜେଡି ସରକାରଙ୍କ ମଧ୍ୟରେ ବିବାହ ଉତ୍ସବ କରାଇଛି କ୍ରଂଗ୍ରେସ । ବିଜେପି-ବିଜେଡି ମଧ୍ୟରେ ମଧୁର ସମ୍ପର୍କ ଥିବା ଅଭିଯୋଗ କରି କଂଗ୍ରେସ ଏହି ବିବାହ ଆୟୋଜନ କରିଥିଲା । ଏହି ଅବସରରେ କଂଗ୍ରେସ ପକ୍ଷରୁ ସାଇକେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା ।
ରାୟଗଡା କଂଗ୍ରେସର ନିଆରା ବାହାଘର । ବିଜେପି ବରକୁ ବିଜେଡି କନ୍ୟା ସହ ମଣ୍ଡପରେ ବାହାଘର କରାଇଲା ରାୟଗଡା କଂଗ୍ରେସ
/kanak/media/post_attachments/wp-content/uploads/2024/02/2-28.jpg)