ବିନା ଛାତ୍ରଛାତ୍ରୀରେ ସ୍କୁଲରେ ଉଡିଲା ତ୍ରିରଙ୍ଗା । ସରକାରଙ୍କ ନିର୍ଦ୍ଦେଶ ମାନି କ୍ୟାପିଟାଲ ହାଇସ୍କୁଲରେ କେବଳ ଶିକ୍ଷକଙ୍କ ଉପସ୍ଥିତିରେ ପାଳନ ହେଲା ସ୍ୱାଧୀନତା ଦିବସ । ବରଗଡରେ ସାମାଜିକ ଦୂରତାକୁ ଗୁରୁତ୍ୱ ଦେଲେ ଜିଲ୍ଲାପାଳ ।

216

କନକ ବ୍ୟୁରୋ: ମହାମାରୀର ମହାମୁକାବିଲା ସହ ଦେଶ ପାଳିଛି ୭୪ ତମ ସ୍ୱାଧୀନତା ଦିବସ । କରୋନା କଟକଣା ଭିତରେ ସାରା ଦେଶରେ ଫରଫର ହୋଇ ଉଡିଛି ତ୍ରିରଙ୍ଗା । ହେଲେ ଚଳିତବର୍ଷ ବିନା ଛାତ୍ରଛାତ୍ରୀଙ୍କ ଉପସ୍ଥିତିରେ ବିଦ୍ୟାଳୟ ମାନଙ୍କରେ ସ୍ୱାଧୀନତା ଦିବସ ପାଳନ କରାଯାଇଛି । ଭୁବନେଶ୍ୱର କ୍ୟାପିଟାଲ ହାଇସ୍କୁଲରେ ଆଜି ସକାଳୁ ସକାଳୁ ପତାକା ଉତୋଳନ ହୋଇଛି । ହେଲେ ସ୍କୁଲ ପରିସରରେ ଛାତ୍ରଛାତ୍ରୀ ନଥିଲେ, କେବଳ ଶିକ୍ଷକ ଶିକ୍ଷୟିତ୍ରୀମାନେ ଉପସ୍ଥିତ ରହି ସ୍ୱାଧୀନତା ସଂଗ୍ରାମୀଙ୍କ ବଳିଦାନକୁ ପକାଇଥିଲେ । ଶିକ୍ଷକ ଶିକ୍ଷୟିତ୍ରୀମାନେ ନିଜ ନିଜ ଭିତରେ ସାମାଜିକ ଦୂରତା ରକ୍ଷା କରି ଆଜିର ଉତ୍ସବକୁ ନିରାଡମ୍ବର ଭାବେ ପାଳନ କରିଛନ୍ତି ।

ସେପଟେ ବରଗଡର ଜିଲ୍ଲା ସ୍ତରୀୟ ସ୍ୱାଧୀନତା ଦିବସ ପାଳନରେ ଛାତ୍ରଛାତ୍ରୀଙ୍କୁ ଦେଖିବାକୁ ମିଳିନଥିଲା । କରୋନା କଟକଣା ସହ ବରଗଡ ଜର୍ଜ ହାଇସ୍କୁଲ ପଡିଆରେ ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀ, ବରଗଡ ଏସପି ପଦ୍ମିନୀ ସାହୁ, ଅତିରିକ୍ତ ଜିଲ୍ଲାପାଳ ମିର୍ଦ୍ଧା ଟପୋଙ୍କ ଉପସ୍ଥିତିରେ ଜିଲ୍ଲାପାଳ ପତାକା ଉତୋଳନ କରିଛନ୍ତି । ଜିଲ୍ଲାବାସୀଙ୍କ ଉଦେଶ୍ୟରେ ଜିଲ୍ଲାପାଳ ଜ୍ୟୋତିରଂଜନ ପ୍ରଧାନ ଅଭିଭାଷଣ ରଖି ସଦିଦ ସ୍ୱାଧୀନତା ସଂଗ୍ରାମୀଙ୍କ ସ୍ମୃତି ଚାରଣ କରିଥିଲେ । ଏହାସହ ବର୍ତମାନ ପରିସ୍ଥିତିର କରୋନ ଯୁଦ୍ଧରେ ସାମିଲ ଯୋଦ୍ଧାଙ୍କୁ ଉତ୍ସାହିତ କରିଥିଲେ ଜିଲ୍ଲାପାଳ । ହେଲେ ଛାତ୍ରଛାତ୍ରୀଙ୍କ ଦ୍ୱାରା କରାଯାଉଥିବା ପରେଡ ଦେଖିବାକୁ ମିଳିନାହିଁ ।