କନକ ବ୍ୟୁରୋ:ଜଣେ ଆଲ୍ଲାଙ୍କୁ ଡାକୁଛି ତ ମୁସଲମାନ ହୋଇ ଜଣେ ଶ୍ରୀଜଗନ୍ନାଥଙ୍କୁ ଡାକୁଛି । ସମାଜ ସିନା ଧର୍ମର ରେଖା ଟାଣିଦେଇଛି ହେଲେ ବନ୍ଧୁତ୍ୱର ସମ୍ପର୍କ ଏ ସବୁର ଉଦ୍ଧ୍ୱର୍ରେ । ଜୟପୁରର ଦୁଇ ବନ୍ଧୁ ସାଜିଛନ୍ତି ଭାଇଚାରାର ଜ୍ୱଳନ୍ତ ଉଦାହରଣ ।

Advertisment

 ‘କାହିଁ ବନ୍ଧୁତା କାହିଁ ପ୍ରେମ ସୁନ୍ଦର ଯାର ପ୍ରାପତି ଲାଗି ଦେବତା ନର’ । ଏହି ଉକ୍ତିକୁ ଅକ୍ଷରେ ଅକ୍ଷରେ ପ୍ରମାଣ କରିଛନ୍ତି ଜୟପୁରର ଦୁଇ ବନ୍ଧୁ ରାକେଶ ଓ ଫିରୋଜ । ଏମାନଙ୍କ ଧର୍ମ ଭିତରେ ଆକାଶ ପାତାଳ ତଫାତ୍ । ଜଣେ ନୈଷ୍ଠିକ ବ୍ରାହ୍ମ୍ମଣ ଜଣେ ମୁସଲମାନ୍ । ହେଲେ ଜଣେ ଅନ୍ୟକୁ ଦିନେ ନଦେଖିଲେ ପାଗଳ । ଏବେ ଏମାନେ ମିଶି ଜୟପୁର ସହରରେ ଚଳାଉଛନ୍ତି ଏକ ହାର୍ଡଓୟାର ସୋ ରୁମ୍ । ଧର୍ମର ସୀମାରେଖା ଡେଇଁ ଏମାନେ ଦେଉଛନ୍ତି ଏକତା ଓ ସ୍ନେହଶ୍ରଦ୍ଧାର ବାର୍ତ୍ତା । ଏ ନିଆରା ବନ୍ଧୁତା ଆରମ୍ଭ ହୋଇଥିଲା ରାକେଶଙ୍କ ଘରକାମରୁ  । ରାକେଶଙ୍କ ଘର କାମ ପାଇଁ ଇଣ୍ଟେରିୟର ପ୍ରଡକ୍ଟ ସପ୍ଳାଇ କରୁଥିଲେ ଫିରୋଜ । ବାସ୍ କେଇପଦ କଥାରୁ ଦୁହିଁଙ୍କ ମଧ୍ୟରେ ବଢିଥିଲା ଆତ୍ମୀୟତା, ପଡିଥିଲା ବନ୍ଧୁତାର ମୂଳଦୁଆ ।

ରାକେଶ ଓ ଫିରୋଜଙ୍କ ଏକ ମନ ଯୋଗୁଁ ଛୋଟିଆ ଦୋକାନରୁ ଆଜି ସେମାନଙ୍କ ବ୍ୟବସାୟ ଏକ ସୋ’ରୁମରେ ପହଞ୍ଚିଛି । ଗ୍ରାହକ ଏମାନଙ୍କଠାରୁ ଜିନିଷ କିଣିବାକୁ ଯେତିକି ଆଗ୍ରହୀ ସେମାନଙ୍କ ବନ୍ଧୁତାର ପ୍ରଶଂସାର ସେତିକି ଶତମୁଖ ।

ରାକେଶ ଓ ଫିରୋଜଙ୍କ ଏହି ବନ୍ଧୁତା କେବଳ ଜୟପୁର ପାଇଁ ନୁହେଁ ବରଂ ଧର୍ମ ନାଁରେ ହିଂସା ସୃଷ୍ଟି କରୁଥିବା ସାରା ଜନ ସମାଜକୁ ଏକ ଦୃଢ ବାର୍ତ୍ତା ।