ଚାନ୍ଦବାଲିରେ ବିରଳ ମାଛ । ଦକ୍ଷିଣ ଆମେରିକାର ବିରଳ ପ୍ରଜାତିର ମାଛ , କ୍ୟାଟଫିସକୁ ନେଇ ଅଂଚଳରେ ଚର୍ଚ୍ଚା  :  ମାଛକୁ ଧରିବା ପରେ ଘରେ ରଖିଛନ୍ତି ମତ୍ସ୍ୟଜୀବୀ 

507

କନକ ବ୍ୟୁରୋ : ଚାନ୍ଦବାଲିରେ ଦକ୍ଷୀଣ ଆମେରିକାର ବିରଳ ପ୍ରଜାତିର ମାଛ କ୍ୟାଟ ଫିସ୍ । ଦକ୍ଷୀଣ ଆମେରିକାରେ ଦେଖାଯାଉଥିବା ଏହି ବିରଳ ପ୍ରଜାତିର ମାଛ ଚାନ୍ଦବାଲିରେ ମିଳିବା ଆଶ୍ଚର୍ଯ୍ୟ ସୃଷ୍ଟି କରିଛି । ଆଖିକୁ ସୂନ୍ଦର ଦେଖାଯାଉଥିବା ଏହି ବିରଳ ମାଛକୁ କ୍ରିଷ୍ଣା ନମଜ ଜଣେ ମତ୍ସ୍ୟଜୀବୀ ଧରିଥିଲେ । ଦୀର୍ଘ ୧ ମାସ ହେବ ଏହି ମାଛକୁ ନିଜ ଘରେ ଥିବା ଏକ କୁଣ୍ଡରେ ସରଂକ୍ଷିତ ରଖିଛନ୍ତି । ମାଛର ଦେହସାରା କଂଟାକଂଟା ରହିଥିବା ବେଳେ ତଳ ପଟେ ରହିଛି ଏହାର ପାଟି ।  ତେବେ ବିଲେଇ ପରି ମୁହଁ ହୋଇଥିବାରୁ ଏହକୁ କ୍ୟାଟ୍ ଫିସ ବୋଲି କୁହାଯାଉଛି ।

ବାରରାଣୀ ରାମନଗର ଠାରେ ଏହି ବିରଳ ମାଛ ମିଳିବା ପରେ ବୈଜ୍ଞାନିକ ମାନେ ଏହି ମାଛ ଏକ ମାଂସାହାରୀ ଏବଂ ଏହା ଇକୋ ସିଷ୍ଟମ ପାଇଁ ବେଶ କ୍ଷତି କାରକ ବୋଲି ଚେତାଇ ଦେଇଥିଲେ । ତେବେ  କେବଳ ଭାରତ ନୁହେଁ ଦକ୍ଷୀଣ ଏସିଅରେ ମଧ୍ୟ ଏହି ଭଳି ମାଛ ଦେଖିବାକୁ ମିଳେ ନାହିଁ ।  କିନ୍ତୁ ରାମ ନଗର  ଡ଼ଲଫିନ ସରଂକ୍ଷଣ ଅଂଚଳରେ ଏହି ମାଛ ଦେଖାଯିବା  ଅନ୍ୟ ଜୀବଜନ୍ତୁଙ୍କ ପାଇଁ ଭୟ ସୃଷ୍ଟି କରିଛି ।  ତେବେ ଏହି ମାଛକୁ ଧରିବା ପରେ ପୁନର୍ବାର ଏହାକୁ ନଦୀରେ ନଛାଡ଼ିବାକୁ ଜୀବ ବୈଜ୍ଞାନୀ ପରାମର୍ଶ ଦେଇଛନ୍ତି । ଭାରତ ଠାରୁ ହଜାର ହଜାର କିଲୋମିଟର ଦୂରରେ ରହିଛି  ଦକ୍ଷୀଣ ଆମେରିକାରେ ଦେଖାଯାଉଥିବା ଏହି ମାଛ ଚାନ୍ଦବାଲିକୁ ଆସିଲା କେମିତି ତାହା ବିସ୍ମୟ ସୃଷ୍ଟି କରିଛି ।