ଜଳେଶ୍ୱରରେ ଜାଲରେ ପଡିଲା ବିରଳ ମାଛ : ୪ ଲକ୍ଷ ଟଙ୍କାରେ କିଣିନେଲା କଲିକତା ଔଷଧ କମ୍ପାନୀ

ଦୀଘା ମୁହାଁଣରେ ଜାଲରେ ପଡିଥିବା ମାଛର ଓଜନ ଥିଲା ୨୭ କେଜି

179

କନକ ବ୍ୟୁରୋ : ମାଛର ଦାମ୍ ୪ ଲକ୍ଷ ଟଙ୍କା । ଏକଥା ଶୁଣିବା ଲୋକ ବିଶ୍ୱାସ କରିନପାରେ । କିନ୍ତୁ କଥାଟି ପୁରା ସତ । ଓଡିଶା ସୀମାକୁ ଲାଗି ରହିଥିବା ଦୀଘା ମୁହାଁଁଣରୁ ଏକ ବିରଳ ପ୍ରଜାତିର ମାଛ ଧରିଛନ୍ତି ଧୀବର । ଏହି ମାଛକୁ ସ୍ଥାନୀୟ ଅଂଚଳରେ ତେଲିଆ ମାଛ ବୋଲି କୁହାଯାଇଥାଏ । ମାଛଟିର ଓଜନ ପ୍ରାୟ ୨୭ କେଜି ହେବ । ଏହି ବିରାଟ ମାଛକୁ କୋଲକାତାର ଏଆରଏମ୍ ନାମକ ଔଷଧ ପ୍ରସ୍ତୁତକାରୀ କମ୍ପାନୀ କେଜି ପିଛା ୧୬ ହଜାର ଟଙ୍କାରେ କିଣିଛି ।

ଏହି ହିସାବରେ ମାଛ ଟିର ମୋଟ୍ ଦାମ୍ ୪ ଲକ୍ଷ ୩୨ ହଜାର ଟଙ୍କାରେ ବିକ୍ରି ହୋଇଥିଲା । ଗତ ଗୁରୁବାର ଦିନ ସମୁଦ୍ରକୁ ମାଛ ଧରିବାକୁ ଯାଇଥିବା ବେଳେ ଆନ୍ନାଡାଇନ୍ ନାମକ ଏକ ଟ୍ରଲରର ଜାଲରେ ପଡିଥିଲା ଏହି ମାଛ । ଏହି ମାଛଧରା ଟ୍ରଲର ଦୀଘାର ମତ୍ସ୍ୟ ଅବତରଣ କେନ୍ଦ୍ରରେ ଲାଗିବା ପରେ ଦେଖିବା ପାଇଁ ଲୋକଙ୍କ ଭିଡ ଲାଗିଥିଲା ।