କନକ ବ୍ୟୁରୋ :  ଶିକ୍ଷା କେବଳ ବ୍ୟକ୍ତିର ଭବିଷ୍ୟତ କୁ ଉଜ୍ୱଳ କରେନାହିଁ । ଶିକ୍ଷା ସମଗ୍ର ମାନବ ସଭ୍ୟତାର ବିକାଶ ପାଇଁ ଏକ ମୁଖ୍ୟ ଅସ୍ତ୍ର । ଯେଉଁ ଦେଶରେ ଶିକ୍ଷା ବିକଶିତ ସେ ଦେଶ ନିଶ୍ଚିନ୍ତ ଭାବେ ବିକଶିତ । ଶିକ୍ଷା ମାନବ ଜାତିର ଏକ ମୌଳିକ ଅଧିକାର । ଶିକ୍ଷାର ବିକାଶ ପାଇଁ ସମସ୍ତ ଦେଶ ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ କରିଥା’ନ୍ତି । କାରଣ ପ୍ରତ୍ୟେକ ଦେଶ ଚାହେଁ ଯେ ତା’ର ଭବିଷ୍ୟତ ଉଜ୍ୱଳ ହେଉ । ହେଲେ ଯେତେବେଳେ ‘ପିସା’ ବା ପ୍ରୋଗ୍ରାମ ଫର ଇଣ୍ଟରନ୍ୟାସନାଲ ଷ୍ଟୁଡେଣ୍ଟ ଆସେସମେଣ୍ଟ ର ରିପୋର୍ଟ ଆସେ ସେହି ତାଲିକାରେ ଆମ ଦେଶର ଫଳା ଫଳ ଦେଖି ଆମେ ନିରାଶ ହୋଇଥାଉ । ଖାଲି ଆମ ଦେଶ ନୁହେଁ ବିଶ୍ୱର ଅନେକ ବିକଶିତ ରାଷ୍ଟ୍ର ବି ଏହି ତାଲିକାରେ ବହୁ ପଛରେ ଥା’ନ୍ତି । ଏହି ତାଲିକାରେ ଉପରକୁ ଉଠିବାକୁ ହେଲେ ପ୍ରଥମ ତ ଆମକୁ ଭଲ ର୍ୟାଙ୍କରେ ଥିବା ଦେଶ ମାନଙ୍କ ଠାରୁ କିଛି ଶିକ୍ଷା କରିବାକୁ ପଡିବ। ପିସା ଫଳା ଫଳ ତାଲିକାରେ ଗୋଟିଏ ଛୋଟିଆ ଦେଶ ବେସ୍ ଉପରେ ରହିଛି । ଯେଉଁ ଦେଶର ନାମ ହେଉଛି ଫିନଲ୍ୟାଣ୍ଡ । ଫିନଲ୍ୟାଣ୍ଡ ତା’ର ଶିକ୍ଷା ବ୍ୟବସ୍ଥାକୁ ନେଇ ଏବେ ବିଶ୍ୱରେ ଆକର୍ଶଣର କେନ୍ଦ୍ରବିନ୍ଦୁ ପାଲଟିଛି । publive-imageଫିନଲ୍ୟାଣ୍ଡ ଏକ କ୍ଷୁଦ୍ର ରାଷ୍ଟ୍ର, ଆଉ ଯାହାର ରାଜଧାନୀ ହେଲସିଙ୍କ । ଫିନଲ୍ୟାଣ୍ଡ ସୀମାରେ ରହିଛି ଋଷ, ନରୱେ ଓ ସ୍ୱିଡେନ୍ । ୧୯୧୭ ମସିହାରେ ଏହି ଦେଶର ସ୍ଥାପନା ହୋଇଥିଲା । ଏହାସହ ୧୯୫୫  ମସିହାରେ ଏହି ଦେଶ ଜାତିସଂଘରେ ସାମିଲ ହେବା ସହ ୧୯୯୫ ରେ ୟୁରୋପିଆନ ୟୁନିୟନରେ ନିଜକୁ ସାମିଲ କରିଥିଲା ।  ରାଜନୈତିକ, ଅର୍ଥନୈତିକ, ସାମାଜିକ ଓ ସୁରକ୍ଷା କ୍ଷେତ୍ରରେ ପୃଥିବୀରେ ସ୍ଥିରତା ଥିବା ଦେଶ ମାନଙ୍କ ମଧ୍ୟରେ ଫିନଲ୍ୟାଣ୍ଡ ଦ୍ୱିତୀୟ ସ୍ଥାନରେ ରହିଛି । ଫିନଲ୍ୟାଣ୍ଡର ପଡୋଶୀ ଦେଶ ମାନଙ୍କ ସହିତ ଭଲ ସଂପର୍କ ରହିଛି । ଏହି ଦେଶର ୯୪ ପ୍ରତିଶତ ଲୋକ ନିଜ ଭାଷା ଫିନିଷ କହିଥା’ନ୍ତି ତ ଅନ୍ୟ ୪ ପ୍ରତିଶତ ଲୋକ ସ୍ୱସ୍ ଭାଷା ବ୍ୟବହାର କରିଥା’ନ୍ତି ।  ସବୁଠାରୁ ବଡ କଥା ହେଉଛି ଏହି ଦେଶ ପାଇଁ ଆଜି ସାରା ବିଶ୍ୱ ସ୍ମାର୍ଟଫୋନ ବ୍ୟବହାର କରିବାର ସୁଯୋଗ ପାଇଛି । କାରଣ ସ୍ମାର୍ଟଫୋନ ଆଣ୍ଟ୍ରଏଡ୍ ସିଷ୍ଟମ ଦ୍ୱାରା ଚାଲିଥାଏ । ଆଣ୍ଡ୍ରଏଡ୍ ସିଷ୍ଟମରେ ଯେଉଁ ଭାଷା ବ୍ୟାବହାର କରାଯାଏ ସେହି ଭାଷାକୁ ଫିନଲ୍ୟାଣ୍ଡ ବିକଶିତ କରିଛି ।

Advertisment

publive-image

ଅମ ଦେଶରେ ଆମେ ଆମ ପିଲାଙ୍କୁ ଅଢେଇ ବର୍ଷରୁ ସ୍କୁଲ ପଠାଇବା ଆରମ୍ଭ କରିଥାଉ । ଯଦିଓ ଆମ ଦେଶର ସରକାରୀ ନିୟମ ମୁତାବକ ପିଲାକୁ ୬ ବର୍ଷରେ ନାମ ଲେଖାଇବାର ପ୍ରାବଧାନ ରହିଛି । ହେଲେ ଏବେ ଆମେ ପିଲାକୁ ଶିଘ୍ର ପାଠ ପଢାଇବା ଓ ନିଜ ମୁଣ୍ଡରୁ ବୋଝ ହାଲକା କରିବା ନିଶାରେ ୨ ବର୍ଷ ରୁ ସେମାନଙ୍କୁ ପ୍ଲେ ସ୍କୁଲ ପଠାଉଛୁ । ହେଲେ ଫିନଲ୍ୟାଣ୍ଡର ଅଭିଭାବକ ମାନେ ତାଙ୍କ ପିଲାଙ୍କୁ ୭ ବର୍ଷ ହେଲେ ହେଁ ସ୍କୁଲକୁ ପଠାଇଥା’ନ୍ତି । ଆମେ ଯଦି ଅଧିକ ମାର୍କ ଆଶା କରୁ ତେବେ ପିଲାଙ୍କୁ ଅଧିକ ସମୟ ପଢିବା ପାଇଁ ବାଧ୍ୟ କରୁ । ଆମର ଚିନ୍ତାଧାରା ଯେ ଶ୍ରମ ନିର୍ଘଣ୍ଟ ଯେତେ ବଢିବ ଫଳା ଫଳ ସେତେ ଭଲ ହେବ । ଯେତେ ଅଧିକ ପଢାଯିବ ପିଲା ମାନଙ୍କୁ ସେତେ ଅଧିକ ହୋମୱାର୍କ କରିବାକୁ ପଡିବ । ଯେତେ ହୋମୱାର୍କ କରିବ ସେ ସେତେ ପ୍ରଶ୍ନର ସମ୍ମୁଖୀନ ହେବ  ଓ ଏହାର ସମାଧାନ ଶିଖିବ । ଫଳରେ ପରୀକ୍ଷାରେ ଭଲ ମାର୍କ ଆଣିବ ।

publive-image

କନ୍ତୁ ଫିନଲ୍ୟାଣ୍ଡରେ ଅଭିଭାବକ ମାନେ ଅଲଗା କିଛି ଭାବନ୍ତି । ସେମାନଙ୍କ ଚିନ୍ତାଧାରା ଏମିତି କି ସେମାନେ ଭାବନ୍ତି କି ଏଭଳି କରିବା ଦ୍ୱାରା ବେଶି କିଛି ହାସଲ ହୋଇପାରିବ ନାହିଁ । ଏଥିରେ କେବଳ ପିଲାମାନଙ୍କର ମାନସିକ ଚାପ ବଢିବ , ପିଲାମାନେ ଅଧିକ ଫ୍ରଷ୍ଟ୍ରେଟ୍ ହେବେ । ଅଧିକନ୍ତ୍ୁ ପିଲାମାନଙ୍କ ଭିତରେ ପାଠ ପଢା ପ୍ରତି ଅନାଗ୍ରହ ଦେଖାଦେବ ।  ସେମାନଙ୍କ ମତରେ କମ୍ କର କିନ୍ତୁ ଭଲ କର , କମ୍ ଶିଖ କିନ୍ତୁ ଭଲ ଭାବରେ ଶିଖ , କମ୍ କୁହ କିନ୍ତୁ ଭଲ ଭାବରେ କୁହ । ଅବସ୍ୟ ଏସବୁ ବିଚାର ଅନେକ କ୍ଷେତ୍ରରେ ନିଶ୍ଚିନ୍ତ ଭାବେ ପ୍ରଭାବଶାଳୀ ବିଚାର ।  ସେମାନଙ୍କ ଶିକ୍ଷା ବ୍ୟବସ୍ଥାରେ ୫ ଦିନର ବୁକିଂ ଥାଏ । ଅର୍ଥାତ ପ୍ରତ୍ୟେକ ଦିନ ଶିକ୍ଷକ ନିଜକୁ ୨ ଘଂଟା ପ୍ରସ୍ତୁତ କରେ । ପ୍ରତ୍ୟେକ ଦିନ ୬ ରୁ ୭ ଟି ପିରିୟଡ ହୋଇଥାଏ । ପ୍ରତି ପିରିୟଡ ମଝିରେ ୧୫ ମିନଟ୍ ଗ୍ୟାପ୍ ଥାଏ । ସେମାନଙ୍କ ଚିନ୍ତାଧାରା ଯେ ବିଶ୍ରାମ ନେବା ଦ୍ୱାରା ପିଲାର ମସ୍ତିସ୍କ ଅଧିକ ରିଲାକ୍ସ ହୋଇଥାଏ  ଓ ପରବର୍ତ୍ତି କ୍ଲାସରେ ପିଲାଟି ପାଠ ଉପରେ ଅଧିକ ଫୋକସ୍ କରିପାରେ । ଅନ୍ୟପଟେ ସେମାନେ ହୋମୱାର୍କକୁ ଅଧିକ ଗୁରୁତ୍ୱପୂର୍ଣ୍ଣ ମନେ କରନ୍ତି ନାହିଁ । ସେମାନଙ୍କର ମୋଟ ୩୦ ମିନିଟ୍ ର ହୋମୱାର୍କ ଥାଏ । ଯାହାକୁ ପିଲା ଘରେ କିମ୍ବା ଚାହିଁଲେ ସ୍କୁଲରେ କରିପାରିବ । ସେଠାକାର ସ୍କୂୁଲରେ ଏଭଳି ବ୍ୟବସ୍ଥା କରାଯାଇଥାଏ ଯେ ପିଲାଟି ଭାବେ ସେ ସ୍କୁଲକୁ ପାଠ ପଢିବାକୁ ନୁହେଁ ବରଂ କିଛି ଶିଖିବାକୁ ଆସିଛି । ଏହାସହ ସେଠିକାର ସ୍କୁଲ ମାନଙ୍କରେ ପ୍ରତି ଶ୍ରେଣୀରେ ଅତିବେଶିରେ ୨୦ ଟି ପିଲା ଥା’ନ୍ତି । ଫଳରେ ଶିକ୍ଷକ ପ୍ରତି ପିଲା ଉପରେ ନଜର ରଖିପାରେ ।

publive-image

୬ବର୍ଷ ପର୍ଯ୍ୟନ୍ତ ଜଣେ ଶିକ୍ଷକ ବେଳ ଗୋଟିଏ ବିଷୟ ପଢାଇଥାଏ । କିଛି ସ୍କୁଲରେ ମଧ୍ୟ ଏହାକୁ ୩ ବର୍ଷ ରଖା ଯାଇଛି । ପ୍ରତ୍ୟେକ ସ୍କୁଲ ପିଲାଙ୍କ ପଢା ସ୍ତରକୁ ଦେଖି ଏହି ନିସ୍ପତ୍ତି ବିଦ୍ୟାଳୟ ପକ୍ଷରୁ ନିଆଯାଇଥାଏ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଆମେରିକାରେ ଯେଉଁ ଗଣିତ ସିଲାବସ୍ ଗୋଟିଏ ବର୍ଷରେ ପୂର୍ଣ୍ଣ ହୋଇଥାଏ , ତାକୁ ଫିନଲ୍ୟାଣ୍ଡରେ ୫ ବର୍ଷ ପର୍ଯ୍ୟନ୍ତ ପଢାଯାଇଥାଏ । ଏଥିରୁ ସ୍ପଷ୍ଟ ଯେ ସେଠାକାର ଶିକ୍ଷା ବ୍ୟବସ୍ଥା ଏଭଳି କି ପିଲାମାନେ ଧିରେ ଧିରେ ଶିଖନ୍ତୁ କିନ୍ତୁ ଭଲ ଭାବରେ ଶିଖନ୍ତୁ । ଆମ ଦେଶରେ ଯେଉଁ ପିଲାମାନେ ଅଧିକ ମାର୍କ ରଖନ୍ତି ଆମେ ତାକୁ ଅଧିକ ଇଣ୍ଟେଲିଜେଣ୍ଟ ବୋଲି କହିଥାଉ । ହେଲେ ସେଠାରେ ମାର୍କ ସହିତ ଇଣ୍ଟେଲିଜେନ୍ସିର ସମ୍ବନ୍ଧକୁ ଗ୍ରହଣ କରାଯାଏ ନାହିଁ । ପୃଥିବୀର ଅନ୍ୟଦେଶ ମାନଙ୍କ ଭଳି ସେଠାରେ ଲିଖିତ ପରୀକ୍ଷାକୁ ଗୁରୁତ୍ୱ ଦିଆଯାଏ ନାହିଁ । ପିଲାଟି ୭ ବର୍ଷରେ ସ୍କୁଲରେ ନାମ ଲେଖାଇଥିଲେ ବି ତାକୁ ୧୬ ବର୍ଷ ହେବା ପରେ ସେ ପ୍ରଥମ ଥର ପରୀକ୍ଷା ଦେଇଥାଏ । ଏହି ପରୀକ୍ଷାରେ ପ୍ରୋଜେକ୍ଟ ୱାର୍କ ଉପରେ ଅଧିକ ଗୁରୁତ୍ୱ ଦିଆଯାଇଥାଏ । ସେଠାରେ ଶିକ୍ଷକ ହେବା ପାଇଁ ମାଷ୍ଟର ଡିଗ୍ରୀ କରିବା ଜରୁରୀ । ସେଠାରେ ଶିକ୍ଷକ ହେବା ପାଇଁ ବହୂୁତ ଗୁଡିଏ ପର୍ଯ୍ୟାୟ ରହିଥାଏ । କାରଣ ଶିକ୍ଷକ ମାନେ ହିଁ ନିଜେ ପିଲାଙ୍କ ସିଲାବସ୍ ତିଆରି କରିଥାନ୍ତି ।

publive-image

ସେଠାରେ ଶିକ୍ଷକ ମାନେ ସମ୍ପୁର୍ଣ୍ଣ ସମୟ ସ୍କୁଲରେ ରହିବା ବାଧ୍ୟତା ମୂଳକ ନୂୁହେଁ । ନିଜର ପିରିୟଡ ସରିବା ପରେ ସେମାନେ ନିଜ କାମରେ ଫେରି ଯାଇଥାନ୍ତି । ସବୁଠାରୁ ବଡ କଥା ସେଠାରେ କୌଣସି ଘରୋଇ ଶିକ୍ଷାନୁଷ୍ଠାନ ନାହିଁ । ସମସ୍ତ ଶିକ୍ଷାନୁଷ୍ଠାନ ସମ୍ପୁର୍ଣ୍ଣ ସରକାରଙ୍କ ଦ୍ୱାରା ପରିଚାଳିତ । ଏହାସହ ଗ୍ରାମାଞ୍ଚଳ ଓ ସହରୀ ସ୍କୁଲ ମଧ୍ୟରେ କୌଣସି ଫରକ୍ ଦେଖିବାକୁ ମିଳିନଥାଏ । ସେଠାରେ ଡାକ୍ତର ଓ ଇଂଜିନିୟରଙ୍କ ଠାରୁ ଶିକ୍ଷକଙ୍କୁ ଅଧିକ ସମ୍ମାନ ମିଳିଥାଏ । ଏହା ସହ ଡାକ୍ତର ଓ ଇଂଜିନିୟର ମାନଙ୍କ ଠାରୁ ଶିକ୍ଷକ ମାନଙ୍କର ଦରମା ଅଧିକ ଥାଏ । ସେଠାରେ ଶିକ୍ଷକ ମାନଙ୍କର ପ୍ରାରମ୍ଭିକ ଦରମା ୧୮ ରୁ ୨୦ ଲକ୍ଷ ଟଙ୍କା ହୋଇଥାଏ । ଏହାସହ କୌଣସି ସ୍ତରରେ ପଢିବା ପାଇଁ ପିଲାକୁ କିଛି ବି ଦେୟ ଦେବାକୁ ପଡିନଥାଏ । ଅର୍ଥାତ ଫିନଲ୍ୟାଣ୍ଡରେ ଶିକ୍ଷା ସମ୍ପୁର୍ଣ୍ଣ ମାଗଣା ମିଳିଥାଏ ।  ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଆମ ଦେଶରେ ସ୍କୁଲ ମାନଙ୍କରେ ୧୫ ବର୍ଷ ତଳେ ଯେଉଁ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା ସରକାର ଆରମ୍ଭ କରିଛନ୍ତି ସେଠାରେ ତାହା ୧୯୪୩ ମସିହାରୁ ଚାଲି ଆସୁଛି । ଅର୍ଥାତ ଯେଉଁ ଦେଶ ମାନଙ୍କରେ ସ୍କୁଲରେ ମଧ୍ୟାହ୍ନ ଭୋଜନ ଦିଆଯାଉଛି ସେମାନେ ଏଭଳି କନସେପ୍ଟ ଫିନଲ୍ୟାଣ୍ଡରୁ    ପାଇଛନ୍ତି ।