ବିରଳ ଡଲଫିନକୁ ପିଟି ପିଟି ମାରିଦେବା ଘଟଣା : ୩ଜଣଙ୍କୁ ଗିରଫ କଲା ପୋଲିସ; ଡିସେମ୍ବର ୩୧ ତାରିଖରେ ଘଟିଥିଲା ଘଟଣା

ଉତର ପ୍ରଦେଶର ସାରଦା କେନାଲରେ ଡଲଫିନ ଉପରେ ହୋଇଥିଲା ମରଣାନ୍ତକ ଆକ୍ରମଣ; ଭାଇରାଲ ହୋଇଥିଲା ଭିଡିଓ

245

କନକ ବ୍ୟୁରୋ : ଏକ ବିରଳ ଡଲଫିନକୁ ପିଟି ପିଟି ମାରିଦେଲେ ଲୋକେ । ଏହି ଅଭାବନୀୟ ଘଟଣା ଘଟିଛି ଉତରପ୍ରଦେଶର ପ୍ରତାପଗଡରେ । ଶୁକ୍ରବାର ଏହି ଘଟଣାରେ ପୋଲିସ ୩ଜଣଙ୍କୁ ଗିରଫ କରିଛି । ଡିସେମ୍ବର ୩୧ ତାରିଖରେ ଏହି ଘଟଣା ଘଟିଥିଲା । କୋଠାରିଆ ଗାଁ ଅନ୍ତର୍ଗତ ସାରଦା କେନାଲରେ ଏହି ଡଲଫିନ ଉପରେ ହୋଇଥିଲା ମରଣାନ୍ତକ ଆକ୍ରମଣ ।

ବନ ବିଭାଗର ଅଧିକାରୀମାନେ ଘଟଣା ସ୍ଥଳରେ ପହଂଚି ମୃତ ଡଲଫିନ ଟିକୁ ନିଜ ଜିମାକୁ ନେଇଥିଲେ । ପୋଲିସର ସୂଚନା ଅନୁସାରେ ଯେଉଁମାନେ ଏହି ଡଲଫିନଟିକୁ ମାରିଥିଲେ, ଓଜନ ଅଧିକ କାରଣରୁ ସେମାନେ ଏହାକୁ ନେଇପରିନଥିଲେ । ପୋଲିସ ଏହାର ତଦନ୍ତ କରୁଥିଲା । ଶେଷରେ ୩ଜଣଙ୍କୁ ଗିରଫ କରିବାରେ ସଫଳ ହେଲା ପୋଲିସ ।