ଫଗୁ ଅବିରରେ ଭିଜିଲେ ଦିଅଁ । କାକଟପୁର ପାଟପୁରରେ ନିଆରା ଢଙ୍ଗରେ ଦୋଳ ମେଳଣ, ବିରାଟ ପଟୁଆରରେ ଆସୁଛି ବିମାନ

51

କନକ ବ୍ୟୁରୋ : ଦୋଳ, ହୋଲି ପରେ ପରେ ଚାଲିଛି ମେଳଣ । ଏହି ଅବସରରେ ଲାଗିଛି ୧ ଟ୍ରକ କଦଳୀ ଭୋଗ । କଟକ ଜିଲ୍ଲା ନିଆଳି ଦେବୀ କନ୍ଦଳ ଦ୍ୱୀପାଅଂଚଳ କସର୍ଦାର ପ୍ରସିଦ୍ଧ ଦିପୋଟି ମେଳନ ପାଳିତ ହୋଇଛି । ଚଳିତ ବର୍ଷ ଦିପୋଟି ମେଳନ ୧୨୮ ବର୍ଷରେ ପର୍ଦାପଣ କରିଥିବା ବେଳେ ୬୪ଟି ବିମାନ ସାମିଲ ହୋଇଥିଲେ । ଭଗବାନ ଶ୍ରୀକୂଷ୍ଣ ଓ ଶ୍ରୀ ରାଧାଙ୍କ ମିଳନରେ ଏକ ସ୍ମରଣୀୟ ପର୍ବ ହୋଇଛି ଏହି ମେଳନ । ବିମାନଗୁଡିକ ଶୋଭାଯାତ୍ରାରେ ଘଂଟ ଘଂଟା ରୋସଣୀର ଭିଡରେ ମେଳନ ପଡିଆକୁ ଆସିଥô୍ଲା । ନିଆରା ପରମ୍ପରା ଝଲକ ସୁଷ୍ଟି କରିଥିବା ଦିପୋଟି ମେଲଣର ଜୁୁମଣ ଶୋଭାଯାତ୍ରାରେ ୫୦ ହଜାରରୁ ଅଧିକ ଶ୍ରଦ୍ଧାଳୁ ସାମିଲ ହୋଇଥିଲେ । ଶ୍ରୀଗୋପାଳଜୀଉଙ୍କ ନିକଟରେ ମାନସିକ ଧାରି ମାନେ କଦଳୀ ଭୋଗ କରିଥାଆନ୍ତି । ବିଶ୍ୱାସ ଅନୁସାରେ ପ୍ରାୟ ୧ ଟ୍ରକ କଦଳୀ ଭୋଗ କରାଯାଏ ।