ଯାତ୍ରାର ମୁଖ୍ୟ ଆକର୍ଷଣ ପାଲଟିଲା କାଗଜ ଓ ସୋଲରେ ନିର୍ମିତ ସୁସଜ୍ଜିତ ମେଢ । ଜିଲ୍ଲା ତଥା ଜିଲ୍ଲା ବାହାରୁ ହଜାର ହଜାର ଲୋକଙ୍କ ସମାଗମ

109

କନକ ବ୍ୟୁରୋ : ଚିଲିକା କୂଳର ଦୋଳ ମେଳନ । କୃଷ୍ଣପ୍ରସାଦ ବ୍ଲକର ଐତିହାସିକ ୨୪ ମୌଜା ମାଲୁଦ ପଂଚୁଦୋଳ ମେଳନ ଯାତ୍ରା ଉଦ୍ଜାପିତ ହୋଇଯାଇଛି । ଚିଲିକା କୂଳରେ ଏହି ଯାତ୍ରା ୩ ଦିନ ଧରି ଚାଲିଥିଲା ।

ଚିଲିକା ପାଣି ଭିତରେ ପଶି ବିମାନରେ ଠାକୁରଙ୍କୁ ପଚୁଂଦୋଳ ଯାତ୍ରା ପଡିଆକୁ ନେଇଥିଲେ ଶ୍ରଦ୍ଧାଳୁ । ଯାତ୍ରାରେ ୨୩ଟି ଠାକୁର ବିରାଜମାନ କରିଥିଲେ । ଯାତ୍ରାର ମୁଖ୍ୟ ଆକର୍ଷଣ ପାଲଟିଥିଲା କାଗଜ ଓ ସୋଲରେ ନିର୍ମିତ ହୋଇଥିବା ସୁସଜ୍ଜିତ ମେଢ । ଏହି ମେଢ ଦେଖିବା ପାଇଁ ଦୁରଦୁରାନ୍ତରୁ ହଜାର ହଜାର ଲୋକଙ୍କ ସମାଗମ ହୋଇଥିଲା । ଶହ ଶହ ବର୍ଷ ଧରି ଏହି ଯାତ୍ରା ଚିଲିକା କୂଳରେ ଅନୁଷ୍ଠିତ ହେଉଛି । ଆଜି ଭୋର ୫ଟାରୁ ସବୁ ଠାକୁରଙ୍କ ମେଳନ ପରେ ନିଜ ନିଜ ମନ୍ଦିରକୁ ପ୍ରତ୍ୟାବର୍ତନ କରିଛନ୍ତି । ମେଳନ ଦେଖିବା ପାଇଁ ପଡୋଶୀ ଗଂଜାମ, ଖୋର୍ଦ୍ଧା, ନୟାଗଡ ଓ ପୁରୀ ଜିଲ୍ଲାରୁ ହଜାର ହଜାର ଲୋକଙ୍କ ଭିଡ ଦେଖିବାକୁ ମିଳିଥିଲା ।