କାଶୀପୁରରେ ଅଜଣା ରୋଗ ଆତଙ୍କ । ୩ ଦିନରେ ୩ ଜଣଙ୍କ ମୃତ୍ୟୁ ସହ ୪ ଗୁରୁତର, ଝାଡାବାନ୍ତି ସହ ଫୁଲିଯାଉଛି ପେଟ

222

କନକ ବ୍ୟୁରୋ :  ପୁଣି ଚର୍ଚ୍ଚାରେ ରାୟଗଡା ଜିଲ୍ଲା କାଶୀପୁର ବ୍ଳକ । ଅଜଣା ରୋଗରେ ୩ ଦିନରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଗୁରୁତର ଥିବା ଜଣାପଡିଛି    । ଗୁରୁତରଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି  । ଗାଁ ଲୋକଙ୍କ କହିବାନୁଯାୟୀ ହଠାତ୍ ପେଟରେ ଯନ୍ତ୍ରଣା ହେଉଛି ତାପରେ ଝାଡାବାନ୍ତି ହବା ସହ ପେଟ ଫୁଲିଯାଉଛି  । ରୋଗୀଙ୍କୁ ଡାକ୍ତରଖାନାକୁ ନେବା ବାଟରେ ହିଁ ମୃତ୍ୟୁ ହୋଇଯାଉଛି  । ଫଳରେ ଗାଁରେ ଏକ ପ୍ରକାର କୋକୁଆ ଭୟ ଖେଳିଯାଇଛି  । ତେବେ ଖବର ପାଇ ଅତିରିକ୍ତ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରି ଡଃ. ଭି.ଏଲ,ଏନ ରାଜୁଙ୍କ ନେତୃତ୍ୱରେ ଏକ ମେଡିକାଲ ଟିମ ଉକ୍ତ ଗାଁକୁ ଯାଇ ପରିସ୍ଥିତି ଅନୁଧ୍ୟାନ କରି ଫେରିଛନ୍ତି  । ତେବେ ମୃତ୍ୟୁର କାରଣ ବାବଦରେ ସ୍ପଷ୍ଟ କରି ନାହାନ୍ତି । ମୃତ୍ୟୁ ସଂଖ୍ୟା ବଢିବା ପୂର୍ବରୁ ଯଥାଶୀର୍ଘ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଗାଁ ଲୋକେ ଦାବି କରିଛନ୍ତି  ।