ସୁବର୍ଣ୍ଣପୁରର ନିଆରା ତରଭାର ଚୁଡାଖାଇ ଯାତ୍ରା । ଲୋକନୃତ୍ୟ ଓ ଲୋକଗୀତରେ ଦୁଲିକିଲା ଚୁଡାଖାଇ ମଣ୍ଡପ

Advertisment
ସୁବର୍ଣ୍ଣପୁରର ନିଆରା ତରଭାର ଚୁଡାଖାଇ ଯାତ୍ରା । ଲୋକନୃତ୍ୟ ଓ ଲୋକଗୀତରେ ଦୁଲିକିଲା ଚୁଡାଖାଇ ମଣ୍ଡପ

କନକ ବ୍ୟୁରୋ : ଉଦଯାପିତ ହୋଇଯାଇଛି ସୁବର୍ଣ୍ଣପୁର ଜିଲ୍ଲା ତରଭାର ପ୍ରସିଦ୍ଧ ଚୁଡାଖାଇ ଡଙ୍ଗର ଲୋକ ମହୋତ୍ସବ ୨୦୨୩ । ବିଭିନ୍ନ ନୃତ୍ୟ ଗିତର ଆସର ସହ ବିଭିନ୍ନ ଅଭିନେତା, ଅଭିନେତ୍ରୀଙ୍କ ସମ୍ବଲପୁରୀ ନୃତ୍ୟ ଏବଂ କଂସଙ୍କ ଦରବାରର ଅନେକ ଦୃଶ୍ୟ ଦର୍ଶକଙ୍କୁ ବେଶ ବିମୋହିତ କରିଥିଲା । ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ଦର୍ଶକମାନେ ସାଂସ୍କୃତିକ ସଂଧ୍ୟାର ବେଶ ମଜା ନେଇଥିଲେ । ଆୟୋଜକ ମାନେ ରାଜ୍ୟ ସରକାରଙ୍କ ଠାରୁ ଚୁଡାଖାଇ ପାହାଡର ଉନ୍ନତି ପାଇଁ ପ୍ରତିଶ୍ରୁତି ପାଇ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦେଇଥିଲେ ।

ଉଦଯାପନି ସଂଧ୍ୟରେ ମନ୍ତ୍ରୀ ନିରଂଜନ ପୂଝାରୀ ଏବଂ ରାଜ୍ୟସଭା ସାଂସଦ ନିରଂଜନ ବିଶିଙ୍କ ସମେତ ଅନ୍ୟାନ୍ୟ ଅତିଥି ଯୋଗ ଦେଇଥିଲେ। ତିନିଦିନ ଧରି ହଜାର ହଜାର ଲୋକ ମହୋତ୍ସବର ସାଂସ୍କୃତିକ ସଂଧ୍ୟାର ବେଶ ମଜାନେବା ସହ ଚୁଡାଖାଇ ପାହାଡକୁ ଚଢି ନେଇଥିଲେ ଏକ ନିଆରା ଅନୁଭୁତି । ଐତିହାସିକ ଡୁଙ୍ଗୁରି ପହାଡକୁ ରାଜ୍ୟ ସରକାର ଏକ ପର୍ୟ୍ୟଟନସ୍ଥଳୀର ମାନ୍ୟତା ଦେଇଥିବାବେଳେ ପଂଚମ ଥର ପାଇଁ ଆୟୋଜିତ ହୋଇଥିଲା ଏହି ମହୋତ୍ସବ। ଆଗକୁ ଏହି ପୀଠର ଉନ୍ନତି ଦିଗରେ ରାଜ୍ୟ ସରକାର ପଦକ୍ଷେପ ନେବେ ବୋଲି କହିଛନ୍ତି ଅତିଥି ମାନେ।

ଐତିହାସିକ ଚୁଡାଖାଇ ପୀଠର ପ୍ରଚାର ପ୍ରସାର ସହ ଲୋକ ସଂସ୍କୃତି ଓ ଲୋକକଳାକୁ ବଂଚାଇ ରଖିବା ପାଇଁ ଚୁଡାଖାଇ ମହୋତ୍ସବ ନିଶ୍ଚୟ ସହାୟକ ହେବ ଏଥିରେ ସନ୍ଦେହ ନାହିଁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe