କନକ ବ୍ୟୁରୋ : ଖଟିଲେ ଖାଉଥିବା ମଣିଷ ହିଁ ବୁଝି ପାରିବ ଗରିବ ମଣିଷଙ୍କ ପ୍ରକୃତ ଦୁଃଖ । ସେହି ଆଶା ନେଇ ୨୪ ସିଂହାସନ ଲଢେଇରେ ଯୋଦ୍ଧା ସାଜି ନିର୍ବାଚନୀ ରଣକ୍ଷେତ୍ରକୁ ଓହ୍ଲାଇଛନ୍ତି କୋରାପୁଟ ବୈପାରୀଗୁଡାର ଏସୟୁସିଆଇ ସମର୍ଥିତ ଲୋକସଭା ପ୍ରାର୍ଥୀ ପ୍ରମିଳା ପୂଜାରୀ । ୨୦୧୬ ମସିହାରୁ ଏଆଇଡିଏସଓ ଛାତ୍ର ସଂଗଠନ ସହ ଜଡିତ ଅଛନ୍ତି । ନିର୍ବାଚନ ହାରଜିତ୍ କୌଣସି ପ୍ରଭାବ ପକାଇବ ନାହିଁ, ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ମହିଳାମାନଙ୍କ ପାଇଁ ଲଢେଇ ଜାରି ରହିବ ବୋଲି କହିଛନ୍ତି ପ୍ରମିଳା ।
ଜୀବନରେ ଅନେକ ପ୍ରକାର ସମସ୍ୟା ସହ ଯୁଦ୍ଧ କରିଥିବା ଏହି ମହିଳା ଜଣଙ୍କ ଏବେ ନିର୍ବାଚନ ରଣାଙ୍ଗନରେ ଅବତିର୍ଣ୍ଣ । କଟକ ସୂତାହାଟ ଅଂଚଳର ମିନତୀ ପଟ୍ଟନାୟକ । ସ୍ୱାମୀ ଓ ଝିଅଙ୍କ ଦେହାନ୍ତ ପରେ ରିକ୍ସା ବାଲାଙ୍କୁ ନିଜର ସବୁ ସମ୍ପତି ଦାନ କରି ଚର୍ଚ୍ଚାକୁ ଆସିଥିଲେ, ଏବେ ଜନସେବା କରିବା ଉଦେଶ୍ୟରେ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି । କଟକରୁ ଆଂଚଳିକ ଦଳ ସଂମୃଦ୍ଧ ଓଡିଶାର ସାଂସଦ ପ୍ରାର୍ଥୀ ଭାବେ ନାମାଙ୍କନ ଭରିଛନ୍ତି ।
ସୀମାରେ ଜାଗ୍ରତ ପ୍ରହରି ସାଜି ଦେଶକୁ ସୁରକ୍ଷା ଦେଉଥିବା ଅବସରପ୍ରାପ୍ତ ଯବାନ ବିଧାୟକ ପ୍ରାର୍ଥୀ ହୋଇଛନ୍ତି । ରାଉରକେଲା ବିଧାନସଭା ନିର୍ବାଚନ ମଣ୍ଡଳିରୁ ନିର୍ବାଚନ ଲଢିବାକୁ ଆଗେଇ ଆସିଛନ୍ତି ଇଂଜିନିୟର ନିର୍ମଳ ଦାସ । ନିଜ ପରିବାରକୁ ସାଥିରେ ଧରି ନାମାଙ୍କନ ଭରିଛନ୍ତି । ଭାରତୀୟ ଯବାନ କିଷାନ ପାର୍ଟିର ସମର୍ଥନରେ ନିର୍ବାଚନ ଯୁଦ୍ଧ ଜିତିବାର ଆଶା ରଖିଛନ୍ତି ଯବାନ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/05/16-3.jpg)