କୋଭିସିଲ୍ଡ ଭାକ୍ସିନ ଟିକାରୁ ବିରଳ ପାଶ୍ୱର୍ପ୍ରତିକ୍ରିୟା, କୋର୍ଟରେ ସତ ମାନିଲା ଆଷ୍ଟ୍ରାଜେନିକା । କହିଲା, ଟିକା ନେବା ପରେ ଶରୀରରେ ହୋଇପାରେ ରକ୍ତ ଜମାଟ ।

570

କନକବ୍ୟୁରୋ : କରୋନା ମହାମାରିରୁ ସୁରକ୍ଷା ପ୍ରଦାନ କୁଥିବା ଟିକା ହୋଇପାରେ ଘାତକ । କୋଭିସିଲ୍ଡ ଭ୍ୟାକ୍ସିନ୍କୁ ନେଇ ଏବେ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି । କୋଭିସିଲ୍ଡ ଟିକାରୁ ଦେଖାଦେଇପାରେ ବିରଳ ପାଶ୍ୱର୍ପ୍ରତିକ୍ରିୟା । ଅକ୍ସଫୋର୍ଡ ଓ ଆଷ୍ଟ୍ରାଜେନିକା କମ୍ପାନୀ ଦ୍ୱାରା ପ୍ରସ୍ତୁତ କୋଭିସିଲ୍ଡକୁ ନେଇ କୋର୍ଟରେ ଏକ ମାମଲା ଚାଲିଥିଲା । ଏହି ଭାକ୍ସିନ୍ରେ ପାଶ୍ୱର୍ପ୍ରତିକ୍ରିୟା ଥିବା ନେଇ କୋର୍ଟରେ ଚାଲିଥିଲା ମାମଲା ।

ଶେଷରେ ୪ ବର୍ଷ ଲଢେଇ ପରେ କୋର୍ଟରେ ସତ ମାନିଛି ଆଷ୍ଟ୍ରାଜେନିକା କମ୍ପାନୀ । କୋଭିସିଲ୍ଡ ଟିକାରୁ ଲୋକଙ୍କ ଭିତରେ ବିରାଳ ପାଶ୍ୱର୍ପ୍ରତିକ୍ରିୟା ଦେଖାଦେଇପାରେ ବୋଲି ସ୍ୱିକାର କରିଛି ଆଷ୍ଟ୍ରାଜେନିକା । ଶରୀରରେ ରକ୍ତଜମାଟ, ହୃଦଘାତ , ମସ୍ତିଷ୍କ ଘାତ ଭଳି ସମସ୍ୟା ଦେଖାଦେଇପାରେ ବୋଲି ସ୍ୱୀକାର କରିଛି ଆଷ୍ଟ୍ରାଜେନିକା ।