କନକ ବ୍ୟୁରୋ : ଚାନ୍ଦବାଲି ଧାମରା ମୁହାଣରୁ ଧରାଗଲା ଦାମୀ ମାଛ । ଏହି ମାଛ ହେଉଛି ସୋଲପାଟିଆ ମାଛ । ଯାହାର ଦାମ୍ ରହିଛି ଅଧିକ । ପ୍ରାୟ ୭ଟି ସୋଲପାଟିଆ ମାଛର ଦାମ୍ ୧ଲକ୍ଷ ୮ ହଜାର ୪ଶହ ଟଙ୍କାରେ ବିକ୍ରି ହୋଇଛି । ଏହି ମାଛ କେଜି ପ୍ରତି ୮ହଜାର ୭ ଶହ ଟଙ୍କା ରହିଛି । ଏହି ମାଛକୁ ନେଇ ଚେନ୍ନାଇର ଏକ କମ୍ପାନୀକୁ ମତ୍ସ୍ୟଜୀବୀ ମାନେ ବିକ୍ରି କରିଛନ୍ତି । ସୋମବାର ଦିନ ଧାମରା ଗଭୀର ସମୁଦ୍ରରୁ ଏହି ବିରଳ ପ୍ରଜାତିର ମାଛକୁ ଉଦ୍ଧାର କରାଯାଇଥିଲା । ମାଛ ଉଦ୍ଧାର କରାଯିବା ପରେ ମାଛକୁ ନିଲାମ ଧରିବା ପାଇଁ ନିଲାମଧାରୀଙ୍କ ଜମିଥିଲା ଭିଡ । ଶେଷରେ କୋଲକାତାର ଜଣେ ବ୍ୟବସାୟୀ ଏହି ବିରଳ ପ୍ରଜାତି ମାଛ ନିଲାମ ଧରିଥିଲେ । ଆଉ ଏହି ମାଛ କିଣି ଚେନ୍ନାଇର ଏକ ମେଡିସିନ୍ କମ୍ପାନୀକୁ ବିକ୍ରି କରିଥିଲେ ।

Advertisment