କନକ ବ୍ୟୁରୋ : ବନ୍ୟଜନ୍ତୁଙ୍କ ସୁରକ୍ଷା କରିବ ସ୍ୱତନ୍ତର ଯାନ । ବନବିଭାଗ ରାପିଡ୍ ରେସପନ୍ସ ଟିମ୍ ଏଣିକି ରକ୍ଷକ ଯାନରେ ବନ୍ୟଜନ୍ତୁଙ୍କୁ ସୁରକ୍ଷା ଦେବେ । ରାଜ୍ୟର ଯେକୌଣସି ସ୍ଥାନରୁ ମଣିଷ-ବନ୍ୟପ୍ରାଣୀ ସଂଘର୍ଷର ଖବର ଆସିବା ମାତ୍ରେ ଘଣ୍ଟେରୁ ଦେଢଘଣ୍ଟା ମଧ୍ୟରେ ଘଟଣାସ୍ଥଳରେ ପହଁଚିବ ଏହି ରାପିଡ୍ ରେସପନ୍ସ ଟିମ୍ ।
ଜଙ୍ଗଲ ଭିତରେ ଗୁରୁତର ହୋଇ ପଡିଥିବା ବନ୍ୟଜନ୍ତୁଙ୍କୁ ଉଦ୍ଧାର କରିବା ପାଇଁ ପଶୁ ଡାକ୍ତରଙ୍କ ପାଖରେ ପହଁଚିବ ଏହି ଟିମ୍ । ବନ୍ୟଜନ୍ତୁଙ୍କ ଉଦ୍ଧାର ପାଇଁ ଏହି ଗାଡିରେ ଅତ୍ୟାଧୁନିକ ବ୍ୟବସ୍ଥା ରହିଛି । ରାପିଡ୍ ରେସପନ୍ସ ଟିମଙ୍କୁ ବନ୍ୟଜନ୍ତୁଙ୍କ ଉଦ୍ଧାର ପାଇଁ ସ୍ୱତନ୍ତ୍ର ତାଲିମ୍ ମଧ୍ୟ ଦିଆଯାଇଛି । ରାଜ୍ୟର ୧୮ଟି ଡିଭିଜନ୍ରେ ନିୟୋଜିତ ହେବ ଏହି ସ୍ୱତନ୍ତ୍ର ଗାଡି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t084759337z-8e80dfc5-7f9d-489e-bfa6-474877a37c58-2025-12-17-14-17-59.jpg)
/kanak/media/post_attachments/wp-content/uploads/2024/03/4-12.jpg)