ଏଣିକି ଖୁବ୍ ଶୀଘ୍ର କମ୍ ଦାମରେ କରିହେବ କରୋନା ଟେଷ୍ଟ: କରୋନା ପରୀକ୍ଷଣ ପାଇଁ ନୂଆ କିଟ୍ ତିଆରି କଲେ ଭାରତୀୟ ବିଜ୍ଞାନୀ: ଆଇଆଇଟି ଦିଲ୍ଲୀର କିଟକୁ ଆଇସିଏମଆର ସବୁଜ ସଂକେତ

641

କନକ ବ୍ୟୁରୋ: କରୋନା ଭୂତାଣୁ ଚିହ୍ନଟ କରିବା ପାଇଁ କିଟ୍ ଏକ ବଡ ସମସ୍ୟା ହୋଇ ଦେଶରେ ଦେଖା ଦେଇଥିବା ବେଳେ ନୂଆ ଆଶା ଦେଖାଇଛନ୍ତି ଆଇଆଇଟି- ଦିଲ୍ଲୀର ୪ ଜଣ ପ୍ରଫେସର ଏବଂ ତାଙ୍କ କିଛି ଛାତ୍ର । ସେମାନେ ଏକ ପରୀକ୍ଷଣ କିଟ୍ ପ୍ରସ୍ତୁ କରିଛନ୍ତି । ଏହାକୁ ନେଇ ଅଧିକ ଗବେଷଣା କରିବା ସହ ବ୍ୟବହାର କରିବା ପାଇଁ ସବୁଜ ସଂକେତ ପ୍ରଦାନ କରିଛି ଭାରତୀୟ ଭେଷଜ ବିଜ୍ଞାନର ଶୀର୍ଷ ସଂସ୍ଥା -ଆଇସିଏମଆର ।

ଫଳରେ ଖୁବ୍ ଶୀଘ୍ର ଏହି କିଟ୍ ପରୀକ୍ଷା ପାଇଁ ଉପଲବ୍ଧ ହେବ ବୋଲି ଜଣାପଡିଛି । ଗତ ଜାନୁଆରୀ ମାସରୁ ଏହି ବିଜ୍ଞାନୀ ଦଳ ଏହି ପରୀକ୍ଷଣ କିଟ୍ ତିଆରି କରିବା ପାଇଁ କଠୋର ପରିଶ୍ରମ କରିଥିଲେ । ପରିଶେଷରେ ମାର୍ଚ୍ଚ ମାସ ଶେଷ ସପ୍ତାହ ବେଳକୁ ଏଥିରେ ସେମାନେ ସଫଳତା ହାସଲ କରିଥିଲେ । ଏହି କିଟ୍ ଅନ୍ୟ କିଟ୍ ତୁଳନାରେ କମ୍ ମୂଲ୍ୟରେ ମିଳିପାରିବ ବୋଲି କହିଛନ୍ତି ବିଜ୍ଞାନୀ ଦଳ ।