କନକ ବ୍ୟୁରୋ : ଭାରତୀୟ ବାୟୁସେନା ପାଇଁ ଆଜିର ଦିନ ହେବ ଐତିହାସିକ । କାରଣ ଆନୁଷ୍ଠାନିକ ଭାବେ ଭାରତୀୟ ବାୟୁସେନାରେ ଆଜି ସାମିଲ ହେବ ଅତ୍ୟାଧୁନିକ ଯୁଦ୍ଧ ବିମାନ ରାଫେଲ । ପଂଜାବର ଅମ୍ୱାଲା ଏୟାରବେସ୍ ରେ ଏଥିନେଇ ପୁରା ପ୍ରସ୍ତୁତ ହୋଇ ରହିଛି ରାଫେଲ୍ ବିମାନ ଗୁଡିକ । ଅପେକ୍ଷା କେବଳ ବାୟୁସେନାରେ ରାଫେଲର ସାମିଲ ହେବାର ସମୟକୁ । ଫ୍ରାନସ୍ରୁ ଆସିଥିବା ୫ଟି ରାଫେଲ ଭାରତୀୟ ବାୟୁସେନାରେ ସାମିଲ ହେବା ପରେ , ଭାରତୀୟ ବାୟୁସେନାର ଶକ୍ତି ବହୁଗୁଣ ବୃଦ୍ଧି ପାଇବ । ଗୋଟିଏ ପଟେ ଲଦାଖ ସୀମାରେ ଚୀନ ଅନୁପ୍ରବେଶ ଉଦ୍ୟମ ଜାରି ରଖିଛି । ଏପଟେ ପାକିସ୍ତାନ ପଟେ ମଧ୍ୟ ସୀମାରେ ଲାଗି ରହିଛି ଉତେଜନା । ଏହାରି ଭିତରେ ଭାରତୀୟ ବାୟୁସେନାରେ ରାଫେଲର ଆନୁଷ୍ଠାନିକ ସାମିଲ ହେବା, ଶତ୍ରୁ ଦେଶଙ୍କ ପାଇଁ କଡା ଚେତାବନୀ ହେବ।
ସେପଟେ ରାଫେଲର ଭାରତୀୟ ବାୟୁସେନାରେ ସାମିଲ ହେବା ଉତ୍ସବରେ ସାମିଲ ହେବେ ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ଫ୍ରାନ୍ସର ପ୍ରତିରକ୍ଷା ମନ୍ତ୍ରୀ ଫ୍ଲୋରେନ୍ସ ପର୍ଲେ । ଏଥିପାଇଁ ଆଜି ସକାଳେ ନୂଆଦିଲ୍ଲୀରେ ପହଁଚିଛନ୍ତି ଫ୍ରାନ୍ସ ପ୍ରତିରକ୍ଷା ମନ୍ତ୍ରୀ । ପାଲାମ ବିମାନବନ୍ଦରରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି । ରାଫେଲ୍ ର ବାୟୁସେନାରେ ସାମିଲ ହେବା ଅବସରରେ ଧାର୍ମିକ ରୀତିନୀତିରେ ପୂଜା ପାଠ ପରେ ଏହାକୁ ବାୟୁସେନାରେ ସାମିଲ କରାଯିବ ବୋଲି ଜଣାପଡିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/09/2-13.jpg)