କନକ ବ୍ୟୁରୋ : ଫ୍ରାନ୍ସରୁ ଆସୁଥିବା ଲଢ଼ୁଆ ଯୁଦ୍ଧ ବିମାନ ରାଫେଲ ଆଜି ଭାରତରେ ପହଁଚିବ । ଏହି ଯୁଦ୍ଧ ବିମାନ ପ୍ରାୟ ୭ହଜାର ୩୬୪କିଲୋମିଟର ଅତିକ୍ରମ କରିବା ପରେ ଆଜି ଅମ୍ବାଲା ଏୟାରବେସ୍ରେ ପହଂଚିବ । ଏଥିପାଇଁ ଅମ୍ବଲା ବିମାନଘାଟିର ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି । ଆଖପାଖ ଅଂଚଳରେ ୧୪୪ ଧାରା ଜାରି କରାଯିବା ସହ ୩ କିଲୋମିଟର ପର୍ଯ୍ୟନ୍ତ ଅଂଚଳକୁ ନୋ ଫ୍ଲାଇଙ୍ଗ୍ ଜୋନ ଘୋଷଣା କରାଯାଇଛି । ଦୀର୍ଘ ଦିନ ହେବ ରାଫେଲ ଯୁଦ୍ଧ ବିମାନର ଆସିବା ବାଟକୁ ଚାହିଁ ରହିଛି ସାରା ଦେଶ । । । ଭାରତରେ ଏହି ଶକ୍ତିଶାଳୀ ଯୁଦ୍ଧବିମାନ ପହଁଚିବା ପରେ ଭାରତୀୟ ସେନାର ଶକ୍ତି ବୃଦ୍ଧି ପାଇବ ।
Kanak News is now on WhatsApp
Join and get latest news updates delivered to you via WhatsApp
ଅନ୍ୟପଟେ ରାଫେଲ ଆସିବା ବାଟରେ ପ୍ରାୟ ୩୦ ହଜାର ଫୁଟ ଉଚ୍ଚରେ ସମସ୍ତ ୫ଟି ଲଢ଼ୁଆ ବିମାନରେ ଫ୍ରାନ୍ସ ଟ୍ୟାଙ୍କର ଦ୍ୱାରା ଇନ୍ଧନ ଭର୍ତି କରାଯାଇଥିଲା । ମଝି ଆକାଶରେ କିଭଳି ଉଡନ୍ତା ବିମାନରେ ଇନ୍ଧନ ଭରାଯାଉଛି ତାହାର ଫଟୋ ଜାରି କରିଛି ଭାରତୀୟ ବାୟୁସେନ ଘଂଟା ପ୍ରତି ସର୍ବାଧିକ ଗତି ୨,୧୩୦ କିଲୋମିଟର ଉଡିବାର କ୍ଷମତା ରଖିଛି ରାଫେଲ । ଏହାସହ ୫୦ହଜାର ଫୁଟ୍ ଉଚ୍ଚରେ ଆରାମରେ ଉଡିବା ସହ ଆକ୍ରମଣ କରିପାରିବ, ଆକାଶରେ ୩ ହଜାର ୭ଶହ କିଲୋମିଟର୍ ପର୍ଯ୍ୟନ୍ତ ଟାର୍ଗେଟକୁ ଭେଦ କରିପାରିବ, ଡେଲ୍ଟା ଡେଣା ସାହଯ୍ୟରେ ଶୂନ୍ୟରେ ଗୋଟିଏ ସ୍ଥାନରେ ସ୍ଥିର ରହିିିବାର ରହିଛି କ୍ଷମତା ।
ସେହିପରି ଉନ୍ନତ ଇଂଜିନ୍ ଯୋଗୁଁ ମାତ୍ର ତିନି ସେକେଣ୍ଡରେ ଛୁଇଁପାରେ ସୁପର୍ସୋନିକ ସ୍ପିଡ୍, ଜଳ, ସ୍ଥଳ ଓ ଆକାଶରେ ଟାର୍ଗେଟ୍କୁ ନିର୍ଭୁଲ ଭାବେ ଲକ୍ଷ୍ୟଭେଦ କରିବା ସହ ଆକାଶରେ ଉଡୁଥିବା ଅବସ୍ଥାରେ ଇନ୍ଧନ ଭରିପାର କ୍ଷମତା ରହିଛି । ଏବଂ ପରମାଣୁ ଅସ୍ତ୍ର ଧରି ଶତ୍ରୁପକ୍ଷ ଉପରେ ମାତ୍ର କେଇ ସେକେଣ୍ଡରେ ମାଡ କରିବାର ରହିଛି କ୍ଷମତା ।