ରାଉରକେଲା ଛେଣ୍ଡ ନିକଟ ଏସଓଏସ ଭିଲେଜରୁ ନାବାଳିକା ଅନ୍ତେବାସୀ ଛୁ । ନିଖୋଜ ନାବାଳିକା ବହୁ ଚର୍ଚ୍ଚିତ ବିରମିତ୍ରପୁର ଥାନା ଭିତରେ ଦୁଷ୍କର୍ମ ପୀଡିତା । ଗତକାଲି ସଂଧ୍ୟାରୁ ପତା ମିଳୁନଥିବା ସୂଚନା ।

221

କନକ ବ୍ୟୁରୋ : ନିଖୋଜ ହୋଇଗଲେ ଦୁଷ୍କର୍ମୀ ପୀଡିତା ନାବାଳିକା । ରାଉରକେଲା ଛେଣ୍ଡ ନିକଟ ଏସଓଏସ ଭିଲେଜରୁ ନାବାଳିକା ଅନ୍ତେବାସୀ କୁଆଡେ ନିଖୋଜ ହୋଇଯାଇଛନ୍ତି । ଗତକାଲି ସଂଧ୍ୟାରୁ ତା୍ଙ୍କର ପତା ମିଳୁନାହିଁ । ନିଖୋଜ ନାବାଳିକା ଜଣଙ୍କ ହେଉଛନ୍ତି ବହୁ ଚର୍ଚ୍ଚିତ ସୁନ୍ଦରଗଡ ଜିଲ୍ଲା ବିରମିତ୍ରପୁର ଥାନା ଭିତରେ ଥାନା ବାବୁଙ୍କ ଦ୍ୱାରା ହୋଇଥିବା ଦୁଷ୍କର୍ମ ଘଟଣାର ପୀଡିତା ।

ସେହି ଦୁଷ୍କର୍ମ ଘଟଣାରେ ସଂପୃକ୍ତ ଥାନା ଅଧିକାରୀ ଗିରଫ ହୋଇଥିଲେ । ଗତକାଲି ସଂଧ୍ୟାରୁ ନାବାଳିକଙ୍କ ପତା ମିଳୁନଥିବା ବେଳେ ପୁଲିସ ଖୋଜାଖୋଜି ଜାରି ରଖିଛି ।

ଜୁନ ୨୨ ତାରିଖରେ ଏଭଳି ଘଟଣା ସାମ୍ନାକୁ ଆସିଥିଲା । ଥାନା ଭିତରେ ଜଣେ ଦୁଷ୍କର୍ମ ପୀଡିତା ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଥିଲା । ପୂର୍ବରୁ ମାର୍ଚ୍ଚ ୨୫ ତାରିଖରେ ଉଦ୍ଧାର ହୋଇଥିବା ନାବାଳିକ ଜଣଙ୍କ ଅଢେଇ ମାସର ଗର୍ଭବତୀ ଥିବା ବେଳେ ଅଭିଯୁକ୍ତ ଥାନା ଅଧିକାରୀ ଆନନ୍ଦମାଝୀଙ୍କ ନିର୍ଦେଶ କ୍ରମେ ବୀରମିତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ତାଙ୍କର  ଗର୍ଭପାତ କରାଯାଇଥିଲା । ସେଠାରେ ନାବାଳିକାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାକୁ ଅଣାଯାଇଥିଲା । ଆଉ ସେଠାରେ ହିଁ ପୁରା ସତ ସାମ୍ନାକୁ ଆସିଥିଲା ।