ଉତ୍ତରପ୍ରଦେଶରେ ଥମୁନି ଦୁର୍ଷ୍କମ ଘଟଣା । ହାଥରସ୍ ଓ ବଳରାମପୁର ପରେ ଏବେ ହଜରତପୁରରେ ୫ ବର୍ଷିୟା ନାବାଳିକାକୁ ଦୁର୍ଷ୍କମ ଅଭିଯୋଗ । ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ।

୫ ବର୍ଷର ନାବାଳିକାକୁ ଦୁର୍ଷ୍କମ

439

କନକ ବ୍ୟୁରୋ : ଉତରପ୍ରଦେଶ ଏବେ ଧର୍ଷଣ ପ୍ରଦେଶରେ ପରିଣତ ହେଉଥିବା ଦେଖିବାକୁ ମିଳିଛି । ହାଥରସ ଓ ବଳରାମପୁର ଗଣଦୁଷ୍କର୍ମ ଓ ହତ୍ୟା ମାମଲାକୁ ନେଇ ସାରା ଦେଶରେ ପ୍ରତିବାଦ ଚାଲିଛି । ଏଭଳି କି ମିଳିତ ଜାତିସଂଘରେ ଏନେଇ ଆଲୋଚନା ହେଲାଣି । ଏହାକୁ ନେଇ ଯୋଗୀ ସରକାର ଏବେ ହରଡଘଣାରେ ପଡିଥିବା ବେଳେ ଏବେ ପୁଣି ଏକ ଲଜ୍ଜାକର ଖବର ଆସିଛି ସେହି ଉତ୍ତରପ୍ରଦେଶରୁ । ରାଜ୍ୟର ବୁଦାଉନ ଜିଲ୍ଲା ହଜରତପୁର ଗ୍ରାମରେ ଜଣେ ୫ ବର୍ଷର ନାବାଳିକାକୁ ଗଣ ଦୁର୍ଷ୍କମ ହୋଇଥିବା ନାବାଳିକାର ପରିବାର ଲୋକେ ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ମୁତାବକ ନାବାଳିକା ଜଣକ ଖେଳୁ୍‌ଥିବା ବେଳେ ତା’ର ଜଣେ ସଂପର୍କୀୟ ମାମୁଁ ତାକୁ ଏକ ନିଛାଟିଆ ସ୍ଥାନକୁ ଡାକି ନେଇ ଗଣ ଦୁର୍ଷ୍କମ କରିଛି । ଏହାପରେ ଝିଅଟିକୁ ସେଠାରେ ଛାଡି ମାମୁଁ ଜଣକ ଫେରାର ହୋଇଯାଇଥିଲା ।

ପରିବାର ଲୋକେ ଅନେକ ଖୋଜା ଖୋଜି କରିବା ପରେ ସେହି ନିଛାଟିଆ ସ୍ଥାନରୁ ଝିଅଟିକୁ ଉଦ୍ଧାର କରିଥିଲେ । ଏନେଇ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଘଟଣାର ତଦନ୍ତ କରି ସେହି ନର ପିଶାଚ ମାମୁଁ କୁ ଗିରଫ୍ କରିଛି  । ନାବାଳିକାଟିର ସ୍ୱାସ୍ଥ୍ୟାବସ୍ଥା ଖରାପ ଥିବାରୁ ପୋଲିସ ତାଙ୍କୁ ଚିକିତ୍ସା ପାଇଁ ମେଡିକାଲକୁ ପଠାଇଛି । ବୁଡାଉନ ଜିଲ୍ଲା ଏସ.ପି ସଂକଳ୍ପ ଶର୍ମା କହିଛନ୍ତି କି ନାବାଳିକାଟି ତା’ର ସଂପର୍କୀୟ ମାମୁଁ ଦ୍ୱାରା ଦୁର୍ଷ୍କମ ଶିକାର ହୋଇଛି । ଏପଟେ ନାବାଳିକାର ସ୍ୱାସ୍ଥ୍ୟାବସ୍ଥା ସଂପର୍କରେ କିଛି କହି ନାହାନ୍ତି ଏସ୍‌.ପି