ମେଡିକାଲ ଆଇସିୟୁ ଭିତରେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ, ଅଭିଯୋଗ ଆଣିଲେ ପୀଡିତାଙ୍କ ପିତା, ଚିକିତ୍ସା ବେଳେ ହୋଇଥିଲା ଦୁଷ୍କର୍ମ

1,460

କନକ ବ୍ୟୁରୋ : ମହିଳା କେଉଁଠି ସୁରକ୍ଷିତ ତାହା ଆଜିର ପ୍ରଶ୍ନ । ନା ଘରେ , ନା ରାସ୍ତାରେ ନା କର୍ମସ୍ଥଳୀରେ । ଏସବୁ ସ୍ଥାନରେ ମହିଳା ମାନଙ୍କ ପ୍ରତି ଅସଦା ଚରଣ, ହିଂସା ଓ ଦୁଷ୍କର୍ମ ଭଳି ମାମଲା ଦୈନିକ ଗଣମାଧ୍ୟମର ଶିରୋମଣ୍ଡନ କରୁଥିବା ବେଳେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଆଇସିୟୁ ଭିତରେ ଚିକିତ୍ସାଧିନ ଜଣେ ଯୁବତୀଙ୍କ ପ୍ରତି ଦୁଷ୍କର୍ମ ହୋଇଛି । ଏନେଇ ପୀଡିତାଙ୍କ ପିତା ଥାନାରେ ଅଭିଯୋଗ କରିଛନ୍ତି।
ସୂଚନା ମୁତାବକ ହରିଆଣାର ଗୁରୁଗ୍ରାମ ଠାରେ ଏକ ନାମି ଦାମି ମେଡିକାଲରେ ଦେଖିବାକୁ ମଳିଛି ଏଭଳି ଘଟଣା । ଏଠାରେ ଚିକିତ୍ସିତ ହେଉଥିବା ଜଣେ ଯୁବତୀଙ୍କ ପିତା ସୁଶାନ୍ତଲୋକ ଥାନାରେ ଅଭିଯୋଗ କରିଛନ୍ତି ତାଙ୍କ ଝିଅ ଆଇସିୟୁରେ ଚିକିତ୍ସିତ ହେଉଥିବା ବେଳେ ତାକୁ ଦୁଷ୍କର୍ମ କରାଯାଇଛି । କହିରଖୁ କି ୨୨ ଅକ୍ଟୋବର ଦିନ ଗୁରୁଗ୍ରାମର ଏକ ଘରୋଇ ହସ୍ପିଟାଲରେ ଯୁବତୀ ଜଣଙ୍କୁ ଆଡମିଶନ କରାଯାଇଥିଲା। ଏହା ପରେ ଯୁବତୀ ଜଣକ ନିଶ୍ୱାସ ପ୍ରଶ୍ୱାସ ରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ଆଇସିୟୁକୁ ନିଆଯାଇଥିଲା । ଏହା ପରେ ଆଇସିୟୁରେ ତାଙ୍କୁ ଦୁଷ୍କର୍ମ କରାଯାଇଥିବା ଯୁବତୀଙ୍କ ପିତା ଅଭିଯୋଗ କରିଛନ୍ତି ।
ହରିଆଣାର ସାଇବର ସିଟି ଗୁରୁଗ୍ରାମରେ ଏକ ନାମିଦାମି ଘରୋଇ ମେଡିକାଲରେ ଯୁବତୀଙ୍କ ସହିତ ଦୁଷ୍କର୍ମ ଘଟଣା ପଦାକୁ ଆସିବା ପରେ ଏବେ ସହରରେ ଚର୍ଚ୍ଚା ଜୋର ଧରିଛି । ଏନେଇ ପୋଲସ କହିଛି କି ଏହି ମାମଲାର ଯାଂଚ ପରେ ସମ୍ପୁର୍ଣ୍ଣ ସତ୍ୟ ପଦାକୁ ଆସିବ । ହେଡକ୍ୱାଟର ଏସପି ଓଷା କୁଣ୍ଡୁ କହିଛନ୍ତି କି ଦୁଷ୍କର୍ମ ଘଟଣା ମେଡିକାଲ ଭିତରେ ହୋଇଛି କି ବାହାରେ ହୋଇଛି ଏବେ ତାହା ଉପରେ ତଦନ୍ତ ଚାଲିଛି । ସେ କହିଛନ୍ତି କି ମେଡିକାଲରେ ଲାଗିଥିବା ସିସିଟିଭି ଫୁଟେଜର ଯାଂଚ ଚାଲିଛି । ଯାହାଦ୍ୱାରା ଘଟଣାର ସତ୍ୟ ସ୍ପଷ୍ଟ ହେବ ।

ସବୁଠାରୁ ବଡ ଦୁଖର କଥା ଯେ ଆଇସିୟୁରେ ଦୁଷ୍କର୍ମ ହୋଇଥିବା ଯୁବତୀ ଜଣକ ଏତେ ଅସୁସ୍ଥ ଅଛନ୍ତି କି ସେ କିଛି କହିପାରୁ ନାହାନ୍ତି । ତାଙ୍କ ସହିତ ହୋଇଥିବା ଦୁଷ୍କର୍ମ ବାବଦରେ ସେ ପାଟି ଖୋଲି କିଛି କହିପାରୁ ନାହାନ୍ତି । ଏନେଇ ସେ ଇଶାରା ରେ କିଛି କହିଥିବା ବେଳେ ସମ୍ପୁର୍ଣ୍ଣ ଘଟଣା କାଗଜରେ ଲେଖିଛନ୍ତି । ସେ ବିକାଶ ନାମକ ଜଣେ କର୍ମଚାରୀଙ୍କ ନାମ ଲେଖିଛନ୍ତି । ଯେ କି ତାଙ୍କ ସହିତ ଦୁଷ୍କର୍ମ କରିଛି ବୋଲି ଯୁବତୀ ଜଣକ କହିଛନ୍ତି । ଓଷା କୁଣ୍ଡୁ କହିଛନ୍ତି କି ଯୁବତୀ ଜଣକ ଏବେ ବୟାନ ଦେବାକୁ ଅକ୍ଷମ ଅଛନ୍ତି । ତାଙ୍କର ଚିକିତ୍ସା ଚାଲିଛି । ସେ ସୁସ୍ଥ ହୋଇ ବୟାନ ଦେବା ପରେ ଘଟଣା ବାବଦରେ ସ୍ପଷ୍ଟ ହୋଇଯିବ । କହିରଖୁ କି ଯୁବତୀଙ୍କ ପିତା ଏନେଇ ଗରୁଗ୍ରାମର ସାଉଥ୍ ସିଟି ପୋଲିସ ଷ୍ଟେସନରେ ୨୭ ଅକ୍ଟୋବର ଦିନ ଅଭିଯୋଗ କରିଥିଲେ । ଏବେ ଏହି ଘଟଣାକୁ ପୋଲିସ ଗୁରୁତର ସହ ନେଇ ତଦନ୍ତ ଜାରି ରଖିଛି ।