ସୁରକ୍ଷିତ ହେଲାନି ଡାକ୍ତରଖାନା । ଚିକିତ୍ସା ପାଇଁ ଡାକ୍ତରଖାନା ଆସିଥିବା ନାବାଳିକା ରୋଗୀକୁ କର୍ମଚାରୀ କଲେ ଗଣଦୁଷ୍କର୍ମ । ଏଭଳି ଲଜ୍ଜାଜନକ ଘଟଣା ଘଟିଛି ଉତ୍ତର ପ୍ରଦେଶର ବରେଲି ସହରରେ ଜଣେ ନାବାଳିକାଙ୍କୁ ଗୁଣଦୁଷ୍କର୍ମ କରାଯାଇଛି। ଏକ ହସ୍ପିଟାଲ୍ର ଆଇସିୟୁରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିବା ବେଳେ ହସ୍ପିଟାଲ୍ କର୍ମଚାରୀ ଓ ଅନ୍ୟ ୩ ଜଣ ତାଙ୍କୁ ଦୁଷ୍କର୍ମ କରିଥିବା ଜଣାପଡ଼ିଛି।
ପୁଲିସ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ୧୭ ବର୍ଷୀୟା ନାବାଳିକାଙ୍କୁ ଏକ ବିଷାକ୍ତ ପୋକ କାମୁଡ଼ିବା ପରେ ସେ ସଂଜ୍ଞାହୀନ ହୋଇପଡ଼ିଥିଲେ। ଫଳରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ତାଙ୍କୁ ସେଠାରେ ହସ୍ପିଟାଲର କମ୍ପାଉଣ୍ଡର ସୁନୀଲ ଶର୍ମା ଓ ଅନ୍ୟ ୩ ଜଣ ଦୁଷ୍କର୍ମ କରିଥିଲେ। ଅସୁସ୍ଥ ଥିବାରୁ ଦୁଷ୍କର୍ମ ସମୟରେ ନାବାଳିକା ଜଣକ ପାଟି ଖୋଲିପାରିନଥିଲେ। କିନ୍ତୁ ପରେ ପରିବାର ଲୋକଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲେ। ଆଇସିୟୁ ଶଯ୍ୟା ନିକଟରେ ଥିବା ଏକ ବେଡରେ ତାଙ୍କୁ ଦୁଷ୍କର୍ମ କରାଯାଇଥିଲା। ବୁଧବାର ଘଟିଥିବା ଏହି ଘଟଣାରେ ମାମଲା ରୁଜୁ ହୋଇଥିବା ବେଳେ ଫେରାର ଥିବା ସମସ୍ତ ୪ ଜଣଙ୍କୁ ଗିରଫ ପାଇଁ ପୁଲିସ ତନାଘନା ଚଳାଇଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2018/11/Delhimanrapeniecetotreatmanglikdosh-485535752_6-452235461_6.jpg)
/kanak/media/post_attachments/wp-content/uploads/2018/11/rape_in_icu_139340_730x419-m-300x172.jpg)