ଡେଲାଙ୍ଗରେ ଲଜ୍ଜା ! ବାପାଙ୍କ ଭତ୍ତା ଟଙ୍କା ଆଣିବାକୁ ଯାଇଥିବା ଯୁବତୀଙ୍କୁ ଦୁଷ୍କର୍ମ , ବନ୍ଦ ଘରୁ ୩ ଘଣ୍ଟା ପରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର ହେଲେ ପୀଡିତା

ଦେଶରେ ପ୍ରତିଷ୍ଠା ହେବ ଆଉ ୧୦୨୩ ଫାଷ୍ଟଟ୍ରାକ କୋର୍ଟ । ଦୁଷ୍କର୍ମ ମାମଲାର ତ୍ୱରିତ ବିଚାର ଲାଗି ଅଣ୍ଟା ଭିଡିଲେ ସରକାର, ସବୁ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ର ଆଇନମନ୍ତ୍ରୀ

ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ୍ ଅନ୍ତର୍ଗତ ଏକ ଗ୍ରାମର ଜଣେ ଯୁବତୀ ତାଙ୍କ ବାପାଙ୍କ ଭତ୍ତା ଟଙ୍କା ଆଣିବାକୁ ଯାଇଥିବା ବେଳେ ଦୁଷ୍କର୍ମର ଶିକାର ହୋଇଛନ୍ତି । ଗ୍ରାମର ଜଣେ ବିବାହିତ ଯୁବକ ତାଙ୍କୁ ଘରକୁ ଡାକି ନେଇ ଜୋର୍ ଜବରଦସ୍ତ ହାତଗୋଡ଼ ବାନ୍ଧି ଦୁଷ୍କର୍ମ କରିଥିବା ସତ୍ୟବାଦୀ ଥାନାରେ ଅଭିଯୋଗ ହୋଇଛି। ପୀଡ଼ିତାଙ୍କୁ ୩ ଘଣ୍ଟା ପରେ ବନ୍ଦ କୋଠରିରୁ ଉଦ୍ଧାର କରାଯାଇଛି।

publive-image

ସୂଚନା ଅନୁଯାୟୀ, ଯୁବତୀ ଜଣଙ୍କ ଗତକାଲି ଦିନ ପ୍ରାୟ ୨ଟା ବେଳେ ତାଙ୍କ ବାପାଙ୍କର ଭତ୍ତା ଟଙ୍କା ଆଣିବାକୁ ଗ୍ରାମ ମୁଣ୍ତ ସ୍କୁଲ୍କୁ ଯାଉଥିଲେ। ଏହି ସମୟରେ ଗ୍ରାମର ପୂର୍ଣ୍ଣଚନ୍ଦ୍ର ଦାସ ଏଟିଏମ୍ ପାସ୍ୱାର୍ଡ ଏନ୍ଭେଲପ୍ରେ ଅଛି, ମାତ୍ର ସେ ଏହା ଜାଣିପାରୁ ନାହାନ୍ତି କହି ଅତି ଚତୁରତାର ସହ ଯୁବତୀଙ୍କୁ ତାଙ୍କ ଘରକୁ ଡାକିଥିଲେ। ଯୁବତୀ ଜଣଙ୍କ ଘରେ ପଶିବା ମାତ୍ରେ ପୂର୍ଣ୍ଣଚନ୍ଦ୍ର କବାଟ ବନ୍ଦ କରିଦେଇ ତାଙ୍କୁ ଦୁଷ୍କର୍ମ କରିବା ପାଇଁ ଉଦ୍ୟମ କରିଥିଲା। ମାତ୍ର ଯୁବତୀ ଜଣଙ୍କ ଏହାର ବିରୋଧ କରିବାରୁ ପୂର୍ଣ୍ଣଚନ୍ଦ୍ର ତାଙ୍କ ପାଟିରେ ଗାମୁଛା ପୂରାଇ ହାତଗୋଡ଼ ବାନ୍ଧି ଦୁଷ୍କର୍ମ କରିଥିଲା। ସେ ଯୁବତୀଙ୍କୁ ଗୋଟିଏ ଘରେ ପ୍ରାୟ ୩ ଘଣ୍ଟା କାଳ ବନ୍ଦ କରି ରଖିଥିଲା। କୌଣସି କାମ ପାଇଁ ସେ ବାହାରକୁ ଯାଇଥିବା ବେଳେ ଯୁବତୀ ଜଣଙ୍କ ପାଟି କରିବାରୁ ଗ୍ରାମର କେତେକ ଯୁବକ ସତ୍ୟବାଦୀ ଥାନାକୁ ଖବର ଦେଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କ ସହାୟତାରେ ଯୁବତୀଙ୍କୁ ଉଦ୍ଧାର କରିଥିଲା। ଏ ସମ୍ପର୍କରେ ସତ୍ୟବାଦୀ ଥାନାରେ ଅଭିଯୋଗ ହେବାରୁ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ପିପିଲି ଏସ୍ଡିପିଓ ଦେବଦତ୍ତ ବରାଳ ସତ୍ୟବାଦୀ ଥାନାରେ ପହଞ୍ଚି ଅନୁଧ୍ୟାନ କରିଛନ୍ତି। ତେବେ ଅଭିଯୁକ୍ତ ପୂର୍ଣ୍ଣଚନ୍ଦ୍ର ଫେରାର ହୋଇଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe