ବିଧାନସଭାରେ ଉତ୍ତର ରଖିଲେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର । ରାଜ୍ୟରେ ବଢୁଛି ଦୁଷ୍କର୍ମ ଭଳି ସଙ୍ଗୀନ ଅପରାଧ । ଗତ ବର୍ଷ ତୁଳନାରେ ଦୁଇ ଗୁଣା ଅଧିକ ବଢିଛି ।

121

କନକ ବ୍ୟୁରୋ: ରାଜ୍ୟରେ ବଢୁଛି ଦୁଷ୍କର୍ମ ଭଳି ସଂଗୀନ ଅପରାଧ । ପ୍ରତିଦିନ ରାଜ୍ୟର ବିଭିନ୍ନ ଥାନାରେ ରୁଜୁ ହେଉଛି ୮ରୁ ଅଧିକ ଦୁଷ୍କର୍ମ ମାମଲା  । ୨୦୧୯ରେ ଯେତିକି ମାମଲା ଦାୟର ହୋଇଥିଲା, ୨୦୨୦ରେ ତାହା ଦୁଇ ଗୁଣରୁ ଅଧିକ ବଢ଼ିଯାଇଛି । ରାଜ୍ୟରେ ଅପରାଧ ନେଇ ବିଧାୟକ ଭବାନୀ ଶଙ୍କର ଭୋଇଙ୍କ ଏକ ପ୍ରଶ୍ନର ଲି୍ଖିତ ଉତ୍ତରରେ ଏପରି ତଥ୍ୟ ଦେଇଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର । ୨୦୨୦ ମସିହାରେ ରାଜ୍ୟରେ ୨୯ ଶହ ୮୪ ଟି ଦୁଷ୍କର୍ମ ମାମଲା ଦାୟର ହୋଇଛି । ପୂର୍ବ ବର୍ଷ ୧୩୮୩ ଟି ମାମଲା ରୁଜୁ ହୋଇଥିଲା । ସେହିଭଳି ସାଇବର ଠକେଇ ମଧ୍ୟ ବଢ଼ିଚାଲିଛି । ମୋଟ ୧୯୩୧ ମାମଲା ଦାୟର ହୋଇଥିବା ବେଳେ ୩୫ କୋଟି ୭ ଲକ୍ଷରୁ ଅଧିକ ଟଙ୍କା ଲୁଟି ନେଇଛନ୍ତି ସାଇବର ଠକ । ସେହିପରି ଗୋଟିଏ ବର୍ଷରେ ରାଜ୍ୟରେ ୧୪୭୦ ହତ୍ୟା ମାମଲା ଦାୟର ହୋଇଛି ।