ହାଟରୁ ଫେରୁଥିବା ମହିଳାଙ୍କୁ ଗଣଦୁଷ୍କର୍ମ ! ଲିଫ୍ଟ ଦେଇ ଘଟାଇଲେ ନାରକୀୟ କାଣ୍ଡ

1,349

କନକ ବ୍ୟୁରୋ : ସାପ୍ତାହିକ ହାଟରୁ ଫେରୁଥିବା ଜଣେ ମହିଳାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ । ମହିଳାଙ୍କ ବୟସ ୫୫ ବର୍ଷ ବୋଲି ଜଣାପଡିଛି । ଏହି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ରରୁଆଁ ଥାନା ଅଞ୍ଚଳରେ ।
ଅଭିଯୋଗ ଅନୁସାରେ, ଗତକାଲି ଶୁକୃଳି ହାଟରୁ ମହିଳା ଜଣକ ଘରକୁ ଫେରୁଥିଲେ । ଅଧବାଟରେ ଦୁଇ ଜଣ ଯୁବକ ମହିଳାଙ୍କୁ ଘରେ ପହଞ୍ଚାଇ ଦେବେ କହି ବାଇକରେ ବସାଇ ଭଣ୍ଡନ ନଦୀକୂଳକୁ ନେଇଯାଇଥିଲେ । ସେଠାରେ ଆହୁରି ୬ରୁ ୭ ଜଣ ମିଶି ମହିଳାଙ୍କୁ ମାଡ ମାରିବା ସହ ଗଣବଳାକ୍ରାର କରିଥିବା ଅଭିଯୋଗ ହୋଇଛି । ଏହାପରେ ମୁମୁର୍ଷୁ ଅବସ୍ଥାରେ ଶୃକୁଳି ଓ ରରୁଆଁ ରାସ୍ତାରେ ଛାଡି ଅଭିଯୁକ୍ତମାନେ ଫେରାର ହୋଇଯାଇଥିଲେ । ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ଅଗ୍ନିଶମବାହିନୀ ପୀଡିତାଙ୍କୁ ଉଦ୍ଧାର କରି ଶୃକୁଳି ଡାକ୍ତରଖାନାରେ ଭର୍ତି କରିଛନ୍ତି । ଡାକ୍ତର ମହିଳାଙ୍କ ସହ ଗଣଦୁଷ୍କର୍ମ ହୋଇଥିବା ସୂଚନା ଦେଇଛନ୍ତି ।
ଦେଶରେ ଦିନକୁ ଦିନ ବଳତ୍କାର ଭଳି ଅପରାଧ ବଢିବାରେ ଲାଗିଛି । ପ୍ରତିଦିନ କେଉଁଠିନା କେଉଁଠି ଝିଅ ଓ ମହିଳାମାନେ ଦୁଷ୍କର୍ମର ଶିକାର ହେଉଛନ୍ତି । ଆଉ ଅପରାଧୀମାନେ ନାରକୀୟ କାଣ୍ଡ କରି ଖସିଯାଉଛନ୍ତି । ପୀଡିତାଙ୍କୁ ନ୍ୟାୟ ମିଳୁନି । ଦେଶରେ ଯଦି ଆଇନ୍ ବ୍ୟବସ୍ଥା କଠୋର ହୁଅନ୍ତା ତେବେ ଦୁଷ୍କର୍ମ ଭଳି ଘୃଣ୍ୟ ଅପରାଧକୁ ରୋକାଯାଇପାରନ୍ତା