ବିବାଦରେ ଏଲଜେପି ସାଂସଦ, ପ୍ରିନ୍ସ ରାଜଙ୍କ ବିରୋଧରେ ଦୁଷ୍କର୍ମ ମାମଲା

Advertisment
ବିବାଦରେ ଏଲଜେପି ସାଂସଦ, ପ୍ରିନ୍ସ ରାଜଙ୍କ ବିରୋଧରେ ଦୁଷ୍କର୍ମ ମାମଲା

କନକ ବ୍ୟୁରୋ: ବିବାଦରେ ଲୋକ ଜନଶକ୍ତି ପାର୍ଟିି(ଏଲଜେପି)ର ସାଂସଦ ତଥା ଚିରାଗ ପାଶୱାନଙ୍କ ସମ୍ପର୍କୀୟ ଭାଇ ପ୍ରିନ୍ସ ରାଜ ପାଶୱାନ।  ସାଂସଦ ପ୍ରିନ୍ସ ରାଜଙ୍କ ବିରୋଧରେ ଦୁଷ୍କର୍ମ ମାମଲା। ଜଣେ ମହିଳାଙ୍କ ଅଭିଯୋଗ ଭିତ୍ତିରେ ଦିଲ୍ଲୀ କନୌଟ୍ ପୋଲିସ ପ୍ରିନ୍ସ ରାଜଙ୍କ ବିରୋଧରେ ମାମଲା ରୁଜୁ କରିଛି । ପୀଡିତା ଜଣକ ପ୍ରାୟ ତିନିମାସ ପୂର୍ବରୁ କନ୍ନାଟ ପ୍ଲେସ୍ ପୁଲିସ ଷ୍ଟେସନରେ ଅଭିଯୋଗ କରିଥିଲେ ଏବଂ ସେପ୍ଟେମ୍ବର ୯ରେ ଦିଲ୍ଲୀ ପୁଲିସ କୋର୍ଟଙ୍କ ନିର୍ଦ୍ଦେଶରେ ପ୍ରିନ୍ସ ରାଜ ପାଶୱାନଙ୍କ ବିରୋଧରେ ଏତଲା ଦାଖଲ କରିଥିଲା।publive-image

ପୀଡ଼ିତାଜଣକ ଜଣେ ଏଲଜେପି କର୍ମୀ ହୋଇଥିବା ବେଳେ ସେ ଅଭିଯୋଗ କରିଛନ୍ତି ଯେ, ଅଚେତ୍ ଥିବା ସମୟରେ ପ୍ରିନ୍ସ ରାଜ ପାଶୱାନ ତାଙ୍କ ସହ ଦୁଷ୍କର୍ମ କରିଥିଲେ। ତେବେ ଏଲଜେପି ସାଂସଦ ପ୍ରିନ୍ସ ରାଜ ପାଶୱାନ ସମସ୍ତ ଅଭିଯୋଗକୁ ଖଣ୍ଡନ କରିବା ସହ ପୀଡ଼ିତାଙ୍କ ବିରୋଧରେ ମାନହାନି ମକଦ୍ଦମା ଦାୟର କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe