ଏମତି ଡାକ୍ତରଙ୍କୁ ଶତ ଧିକ୍... । ‘ଚକୋଲେଟ ଡେ’ରେ ଚକୋଲେଟ ଦେଇ ଲେବର ରୁମରେ ଡାକ୍ତରାଣୀଙ୍କୁ ଦୁଷ୍କର୍ମ ଉଦ୍ୟମ କଲେ ଡାକ୍ତର । ଥାନାରେ ପହଞ୍ଚିଲା ମାମଲା ।

Advertisment
ଏମତି ଡାକ୍ତରଙ୍କୁ ଶତ ଧିକ୍... । ‘ଚକୋଲେଟ ଡେ’ରେ ଚକୋଲେଟ ଦେଇ ଲେବର ରୁମରେ ଡାକ୍ତରାଣୀଙ୍କୁ ଦୁଷ୍କର୍ମ ଉଦ୍ୟମ କଲେ ଡାକ୍ତର । ଥାନାରେ ପହଞ୍ଚିଲା ମାମଲା ।

କନକ ବ୍ୟୁରୋ : ମେରଠର ଜିଲ୍ଲା ହସ୍ପିଟାଲରୁ ଏକ ଲଜ୍ୟାଜନକ ଘଟଣା ସାମ୍ନାକୁ ଆସିଛି। ପ୍ରେମ ସପ୍ତାହ ଚାଲିଥିବା ବେଳେ ଚକୋଲେଟ ଡେ’ରେ ଜଣେ ଡାକ୍ତରାଣୀଙ୍କୁ ଚକୋଲେଟ ଦେଇ ଡାକ୍ତର ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି।

ସୂଚନାଯୋଗ୍ୟ, ପୀଡିତା ମହିଳା ଡାକ୍ତରଙ୍କ ସେଦିନ ରାତି ଡ୍ୟୁଟି ପଡ଼ିଥାଏ। ସେ ରାଉଣ୍ଡରେ ରୋଗୀଙ୍କୁ ଦେଖୁଥିବା ବେଳେ ଲେବର ରୁମକୁ ଯାଇଥିଲେ। ଡାକ୍ତରାଣୀଙ୍କୁ ଲେବର ରୁମକୁ ଯିବା ଦେଖି ସେହି ହସ୍ପିଟାଲର ବିବେକ ନାମକ ଜଣେ ଡାକ୍ତର ତାଙ୍କ ପିଛା କରିଥିଲେ।

ରାତି ହୋଇଥିବାରୁ ଲେବର ରୁମ ନିକଟରେ କେହି ନଥିବାର ସୁଯୋଗ ନେଇ ଡାକ୍ତର ବିବେକ ପ୍ରଥମେ ଡାକ୍ତରାଣୀଙ୍କ ସହିତ କଥା ହୋଇଥିଲେ। କଥା ହେବା ଆଳରେ ସେ ମହିଳା ଡାକ୍ତରଙ୍କୁ ଚକୋଲେଟଟିଏ ବଢ଼ାଇ ଦେଇଥିଲେ। ଯେମିତି ହିଁ ଡାକ୍ତରାଣୀ ଉକ୍ତ ଚକୋଲେଟକୁ ଧରିଥିଲେ ବିବେକ ତାଙ୍କ ସହିତ ଖରାପ ବ୍ୟବହାର କରିବା ସହିତ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲେ।

ଡାକ୍ତରାଣୀ କୌଣସି ମତେ ଘଟଣାସ୍ଥଳରୁ ଖସି ଆସି ପୁଲିସରେ ଖବର ଦେଇଥିଲେ। ଖବର ପାଇ ପୁଲିସ ଉକ୍ତ ଡାକ୍ତରଙ୍କୁ ଖୋଜୁଥିବା ବେଳେ ସେ ଫେରାର ରହିଛନ୍ତି। ଜିଲ୍ଲା ହସ୍ପିଟାଲ ପରିଚାଳକଙ୍କ କହିବାନୁସାରେ, ଡାକ୍ତରଙ୍କ ଉପରେ ବିଭାଗୀୟ ତଦନ୍ତ କରାଯାଉଛି। ଯଦି ସେ ଏହି ଘଟଣାରେ ଦୋଷୀ ସାବ୍ୟସ୍ତ ହୁଅନ୍ତୁ ତେବେ ଉକ୍ତ ଡାକ୍ତରଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe